www.samajalive.in
Sunday, December 14, 2025
23.1 C
Bhubaneswar

ସୁରକ୍ଷିତ ପ୍ରସବ ସୁନିଶ୍ଚିତ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଭୂମିକା ଶୀର୍ଷକ ଆଲୋଚନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଜ୍ୟରେ ଆକାଂକ୍ଷା ଜିଲ୍ଲା ଭାବରେ ପରିଗଣିତ ହେଉଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରଧାନ୍ୟ ଦିଆଯାଉଛି। ସେଥି ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଅଧିକ ଉନ୍ନତି ପାଇଁ ଚେଷ୍ଟା କରାଯାଉଛି। ସରକାରଙ୍କ ଚେଷ୍ଟା ଓ ସହାୟତା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକର ସହଯୋଗ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରି ଜିଲ୍ଲାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବକୁ ତ୍ୱରାନ୍ୱିତ କରିପାରିଛି। ଏହି ପରିପ୍ରେକ୍ଷୀରେ ସାରଙ୍ଗଗଡ଼଼ ସ୍ଥିତ ସଲାଗୁଡା ଗ୍ରାମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ଦ୍ୱାରା ସୁରକ୍ଷିତ ମାତୃତ୍ୱ ଓ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରାଇବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଭୂମିକା ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଗ୍ରାମାଞ୍ଚଳରେ ଥିବା ଅନ୍ଧବିଶ୍ୱାଶ ଓ କୁସଂସ୍କାରକୁ ଦୂରକରି କିପରି ୧୦୦% ପ୍ରସବକୁ ଆନୁଷ୍ଠାନିକ କରି ସୁରକ୍ଷିତ ମାତୃତ୍ୱ ଦିଆଯାଇପାରିବ ତାହା ହେଉଛି ଆଜିର କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ରେଡିଓ ସ୍ୱାତୀ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ବରିଷ୍ଠ କର୍ମୀ ବିଶ୍ୱରଞନ କର ଉପସ୍ଥିତ ରହି ଗ୍ରାମାଞ୍ଚଳର ବିଭିନ୍ନ ଭ୍ରାନ୍ତ ଧାରଣା କିପରି ସୁସ୍ଥ ଶିଶୁ ଜନ୍ମ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ତାହା କିଛି ସ୍ଥାନୀୟ ଅଞ୍ଚଳର ଉଦାହରଣ ଦେଇ ବୁଝାଇବା ସହିତ କିପରି ଜଣେ ଗର୍ଭବତୀ ମା ତାଙ୍କର ପରିବାରର ସହଯୋଗରେ ସାମାଜକୁ ଜଣେ ସୁସ୍ଥ ଶିଶୁ ଦେଇପାରିବ ତାହା ସୂଚନା ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories