ମାତୃଭାଷା ଦିବସରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ

ଆଠଗଡ: ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଶୁକ୍ରବାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଜୀବନ ସଂଘର୍ଷ’ ତରଫରୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମାତୃଭାଷା ପ୍ରତି ଭଲପାଇବା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମଧୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି। ଜୀବନ ସଂଘର୍ଷ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମାଜସେବୀ ନିର୍ମଳ କୁମାର ମେଘା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ନୂଆସାହିର ପିଲାମାନଙ୍କୁ ପୁସ୍ତକ ବଣ୍ଟନ କରିଥିଲେ। ଏହି ମଧୁ ବର୍ଣ୍ଣବୋଧ ପଢିବା ଦ୍ବାରା କୋମଳମତି ଛାତ୍ରଛାତ୍ରୀଙ୍କର ନିଜ ମାତୃଭାଷାର ପ୍ରତି ପ୍ରେମ ଜାଗ୍ରତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅରୂପାନନ୍ଦ ମଲ୍ଲିକ, କମ୍ଭୁନାଥ ସ୍ୱାଇଁ, ବାପି ଦେଉରୀ ପ୍ରମୁଖ ସହଯୋଗ କରିଥିଲେ।
Comments are closed.