www.samajalive.in
Monday, December 15, 2025
27.1 C
Bhubaneswar

ପିପିଲିରେ ପହଞ୍ଚିଲା କଂଗ୍ରେସର ସଂକଳ୍ପ ପଦଯାତ୍ରା

ପିପିଲି: ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ମଙ୍ଗଳବାର ଠାରୁ କଂଗ୍ରେସର ଭୁବନେଶ୍ୱରରୁ ପୁରୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା ପିପିଲିରେ ପହଞ୍ଚିଛି। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପୁରୀ ଜିଲାର ପ୍ରବେଶପଥ ଉତ୍ତରାବଜାର ଠାରେ ଅପରାହ୍ନରେ ପହଂଚିବା ପରେ ସେଠାରେ ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଦଳର ଅନେକ ବରିଷ୍ଠ ନେତା ଓ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ଦାସ ଉତ୍ତରାବଜାର ଠାରୁ ଏକ ବିଶାଳ ପଦଯାତ୍ରାରେ ପିପିଲି ଅଭିମୁୁଖେ ଆସିଥିବା ବେଳେ ବାଟରେ ତାଙ୍କୁ କୌଶଲ୍ୟାଗଙ୍ଗ, ପୁବାଶାସନ ଛକ, ଗୁଡିଆପୋଖରୀ ବଜାର, ସିଉଳା ବଜାର, ଜଇସପାଟଣା ବଜାର, ପିପିଲି ଟୋଲପ୍ଲାଜା ଛକ ଠାରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ। ପିପିଲି ପୌରାଞ୍ଚଳର ପ୍ରବେଶପଥ ଠାରେ କଂଗ୍ରେସ ଯୁବନେତା ନିଶିକାନ୍ତ ମିଶ୍ର ଶ୍ରୀ ଦାସଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ଏହି ପଦଯାତ୍ରା ପିପିଲି ଚାନ୍ଦୁଆବଜାର, ଥାନାଛକ, ହାଟଛକ, ମେଡିକାଲ ଛକ ଦେଇ ବ୍ଲକଛକ ସ୍ଥିତ କ୍ରୀଷ୍ଣା ଗାର୍ଡେନ ଠାରେ ରାତି ସାଢେ ୯ଟାରେ ପହଞ୍ଚିଥିଲା। ହାଟଛକ ଠାରେ କଂଗ୍ରେସ ନେତା ମାନସ ରଞ୍ଜନ ଆଚାର୍ଯ୍ୟ, ଗୁଣନିଧି ପ୍ରଧାନ, ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ପ୍ରମୁଖ ଶ୍ରୀଦାସଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ପଦଯାତ୍ରୀମାନେ କ୍ରୀଷ୍ଣା ଗାର୍ଡେନ ଠାରେ ରାତ୍ରୀଯାପନ କରିଥିଲେ। ଏହି ପଦଯାତ୍ରା ସମୟରେ ଏକାଧିକ ସୁସଜ୍ଜିତ ଗାଡିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କଳା ଘୋଡା ନୃତ୍ୟ, ଆଦିବାସୀ ନୃତ୍ୟ, ପାଇକ ନୃତ୍ୟରେ ପିପିଲି ବଜାର କମ୍ପି ଉଠିଥିଲା। ବୁଧବାର ସକାଳ ସାଢେ ୮ଟାରେ ଏହି ପଦଯାତ୍ରା ପୁନର୍ବାର ପିପିଲି ଠାରୁ ବାହାରି ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, ସାକ୍ଷୀଗୋପାଳ ଦେଇ ଚନ୍ଦନପୁର ଠାରେ ରାତ୍ରୀଯାପନ କରିବେ। ୨୦ ତାରିଖ ସକାଳ ସାଢେ ୮ଟାରେ ଏହି ପଦଯାତ୍ରା ଚନ୍ଦନପୁର ଠାରୁ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରି ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ପିସିସି ସଭାପତି ସୂଚନା ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories