www.samajalive.in
Monday, December 15, 2025
27.1 C
Bhubaneswar

ଲୋକଙ୍କୁ ମିଳୁନି ପାନୀୟ ଜଳ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସିକୁ ଦୀର୍ଘ ୧୩ ବର୍ଷ ପୁରିଲା। ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ଏନଏସିର ବିକାଶ କଥା ଚିନ୍ତା କଲେ ମନରେ ସ୍ଵତଃ ଆସିଯାଏ ଲୋକଙ୍କ ମୌଳିକ ଆବଶ୍ୟକତା କଥା, ଖାଦ୍ୟ, ପାନୀୟ ଜଳ, ରାସ୍ତା ଆଉ ବିଜୁଳି। ଅତାବିରା ଏନଏସିବାସୀ ଆବଶ୍ୟକ ମୁତାବକ ପାନୀୟ ଜଳ ଟୋପେ ପାଇବା ଆଜି ମୁସ୍କିଲ ହୋଇପଡିଛି।ସହରାଞ୍ଚଳବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଅନୁଦାନରେ ଅନେକ ଯୋଜନା କରି ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରୀ ସ୍ତରରେ ସବୁବେଳେ ବାର୍ତ୍ତା ଦେବା ସହ ବିଭିନ୍ନ ଗଣମାଧ୍ୟମର ପତ୍ରିକା, ବ୍ୟାନର, ପୋଷ୍ଟରରେ ବଡ ବଡ ବିଜ୍ଞାପନ ଦେଇ ବାହାବା ନେଉଥିଲେ ହେଁ, ତାହା କେବଳ ପୋଷ୍ଟରରେ ସୀମିତ ରହିଯାଉଛି। କାରଣ ଚାରିଆଡ଼େ ପାଇପ ବିଛାଇ, ଷ୍ଟାଣ୍ଡ ପୋଷ୍ଟ ସହ ଘରକୁ ଘର ଟ୍ୟାପ ମଧ୍ୟ ଦିଆଯାଇଛି ସତ,ହେଲେ ଏଯାବତ୍ ଆବଶ୍ୟକ ମୁତାବକ ବିଶୁଦ୍ଧ ପାନୀୟ ଜଳ ଟୋପେ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇଛି। କିଛି ସ୍ଥାନରେ ପାନୀୟ ଜଳକୁ ଅନାଇ ରହି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଗଲାଣି। ପିଏଚଡି ବିଭାଗର ନିଷ୍କ୍ରିୟତା ଯୋଗୁଁ କେତେବେଳେ ପାଇପ ଫାଟି ପାନୀୟ ଜଳ ଅପଚୟ ହେଉଛି ତ ଆଉ କେଉଁଠି ଅନବରତ ଭାବେ ପାନୀୟ ଜଳ ବହି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଯଦ୍ୱାରା ଆବଶ୍ୟକ ମୁତାବକ ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇଁ ଲୋକେ ଆଉଟୁ ପାଉଟୁ ହେଉଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories