ସମ୍ବଲପୁର: ସମ୍ବଲପୁର ସହରର ଉପକଣ୍ଠସ୍ଥ ଶାସନ ଭାଲୁବାହାଲ ଏକାମ୍ର ବିହାର ଠାରେ ସ୍ଥିତ ନୀଳଚକ୍ର ଅନୁଷ୍ଠାନର କାର୍ଯ୍ୟାଳୟ ପରିସରରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାରତ୍ନ ବଂଶୀଧର କରଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିତାଂଶୁ ଭୂଷଣ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ରମଣୀ ରଞ୍ଜନ ବେହେରା ଯୋଗ ଦେଇଥିଲେ। ଉଭୟ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବକ୍ତା ମାନେ ଉଭୟ ସଂଗ୍ରାମୀଙ୍କ ଜୀବନୀ, ଆଦର୍ଶ ଓ ସଂଗ୍ରାମ ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଦେବାଶିଷ ସାହୁ, ଶରତ ଚନ୍ଦ୍ର ରଥ, ସଚ୍ଚିଦାନନ୍ଦ ପ୍ରଧାନ, ଘନଶ୍ୟାମ ରତୱା, ସଞ୍ଜୟ କୁମାର ପ୍ରଧାନ, ସୌଭାଗ୍ୟ ରଞ୍ଜନ ମହାପାତ୍ର, ସୁଶୀଲ କୁମାର ବେହେରା, ଚତୁର୍ଭୁଜ ଗର୍ଡ଼ିଆ, ଜୟରାମ ପ୍ରଧାନ, ତପନ କୁମାର ଖୁଣ୍ଟିଆ, ସୁବାଷ ଶର୍ମା, ଧରିତ୍ରୀ ମହାପାତ୍ର, ଦିଲିପ କୁମାର ଦଧିଚି ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



