ସମ୍ବଲପୁର: ଗୁରୁବାର ବସୁନ୍ଧରା କମ୍ୟୁନିଟି ସେଣ୍ଟର ଆନୁକୂଲ୍ୟରେ ପରିଚାଳିତ ଆର୍ଥିକ ଅନଗ୍ରସର ପରିବାରର ଶିଶୁଙ୍କୁ ମୁକ୍ତ ଶିକ୍ଷା ଦାନ କେନ୍ଦ୍ର ପାଠଶାଳାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପାଠଶାଳା ର ବରିଷ୍ଠ ସଦସ୍ୟ ଗୁଣ ରଞ୍ଜନ ସାଲିମାଙ୍କ ପରିଚାଳନାରେ ହୋଇଥିବା ଜୟନ୍ତୀ ସଭାରେ ସଂସ୍ଥାର ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ ପାଟ୍ଟଯୋଶୀ ଯୋଗ ଦେଇ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଉଭୟ ସ୍ୱାଧୀନତା ସଂଗ୍ରାମୀ ଙ୍କ ଜୀବନୀ ବିଷୟରେ ଆଲୋକପାତ କରି ତାଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଅନୁପ୍ରେରିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ର ଛାତ୍ରୀ ଙ୍କୁ ବୀର ସୁରେନ୍ଦ୍ର ସାଏ ଙ୍କ ଫଟୋ ଚିତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ପାତ୍ର, ଉପ ସଭାନେତ୍ରୀ ଝୁନୁ ତ୍ରିପାଠୀ, ଶରତ ଚନ୍ଦ୍ର ବହିଦାର ରୋଜା ଆଚାରୀ ଓ ଜ୍ୟୋତି ମୁଣ୍ଡା ସହଯୋଗ କରିଥିବା ବେଳେ ସମ୍ପାଦକ ପ୍ରବୀଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



