www.samajalive.in
Sunday, December 14, 2025
14.1 C
Bhubaneswar

ଗ୍ରୀନ୍‌‌ଭେଲୀ ଏକାଡେମୀ ସ୍ଥାପନ ପାଇଁ ଭୂମିପୂଜନ, କଲମପୁରରେ ଉଚ୍ଚଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି 

କଲମପୁର: କଳାହାଣ୍ଡି ଜିଲାର କଲମପୁର ବ୍ଲକ ଶିକ୍ଷା କ୍ଷେତ୍ରରେ ପଛୁଆ। ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଭାବ। ଉଚ୍ଚ ଶିକ୍ଷା ପାଇଁ କଲମପୁର ଅଞ୍ଚଳର ଛାତ୍ରଛାତ୍ରୀ ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା ସମେତ ଭୁବନେଶ୍ୱର ଏବଂ ବିଶାଖାପାଟଣା ଉପରେ ନିର୍ଭର କରି ଆସୁଛନ୍ତି। ଅନେକ ଅବିଭାବକ ନିଜ ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ
ରଖି ଗତ କିଛି ବର୍ଷ ତଳେ କଲମପୁରଠାରେ ଗ୍ରୀନଭେଲୀ ଏକାଡେମୀ ପକ୍ଷରୁ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। କିନ୍ତୁ ନିଜସ୍ୱ କୋଠାର ଅଭାବ ରହିଥିଲା। ତେଣୁ ଗ୍ରୀନଭେଲୀ ଏକାଡେମୀ ପକ୍ଷରୁ ନୂତନ କୋଠା ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେଇଯାଇଛି। ଶିବାନନ୍ଦ ସାହୁ ସପତ୍ନୀକ କର୍ତା ଦାୟିତ୍ୱରେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ପୂଜକ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ କରିଥିଲେ। ଏଥିରେ ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ମୀନଗୁର ପଂଚାୟତର ପୂର୍ବତନ ସରପଞ୍ଚ ବିଜୟ କୁମାର ପଣ୍ଡା, ପଣ୍ଡିଗାଁ ସମିତିସଭ୍ୟା ଟିକେମଣି ହଂସ ପ୍ରମୁଖଙ୍କ ସମେତ ଗ୍ରୀନଭେଲୀ କୋଡେମୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଏହି ବିଦ୍ୟାଳୟ କୋଠା ନିର୍ମାଣ ସମ୍ପନ୍ନ ହେଲେ ବିଜ୍ଞାନ, ବାଣିଜ୍ୟ ବିଷୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ୍ୟ ଦାନ ପାଇଁ ବ୍ୟବସ୍ଥା ରହିବ। ଅଞ୍ଚଳର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରିବ।

 

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories