www.samajalive.in
Monday, December 15, 2025
16.1 C
Bhubaneswar

ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ମଶାଲ ଶୋଭାଯାତ୍ରା

ସମ୍ବଲପୁର: ପ୍ରୋଗ୍ରେସିବ ସମ୍ବଲପୁର ଓ ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଜେଲଖାନା ଛକ ଠାରେ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ଆୟୋଜିତ ହୋଇଯାଇଛି। ପ୍ରୋଗ୍ରେସିବ ସମ୍ବଲପୁର ଓ ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ର ନେତୃତ୍ୱ ରେ ସମ୍ବଲପୁର ସହରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଶ୍ରମିକ ସଂଗଠନ, ଚାଷୀ ସଂଗଠନ ଯୁବ ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଶତାଧିକ ମଶାଲ ନେଇ ଜେଲ ଛକ ପରିକ୍ରମା କରି ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ସ୍ମୃତି ଚାରଣ କରାଯାଇଥିଲା।

ଆବାହକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମଶାଲ ଶୋଭାଯାତ୍ରାରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ପୂର୍ବତନ ସାଂସଦ ଭବାନୀ ହୋତା, ପୁର୍ବତନ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ଅଧ୍ୟକ୍ଷ ବିଜୟ ମହାନ୍ତି, ରାଜକିଶୋର ଦାସ, ଶ୍ରମିକ ନେତା ଗୋକୁଳ ମେହେର, ଚାଷୀ ନେତା ସରୋଜ ମହାନ୍ତି ରାଜାରାମ ପାଢ଼ୀ, ଭକ୍ତ ପ୍ରସାଦ ନନ୍ଦ, ମିଳନ ହୋତା, ଚୁମନ ପ୍ରଧାନ, ନିଖିଳ ବାବୁ ପ୍ରମୁଖ ମଶାଲ ଶୋଭାଯାତ୍ରାରେ ଉପସ୍ଥିତ ରହିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories