www.samajalive.in
Sunday, December 7, 2025
14.1 C
Bhubaneswar

ବିପୁଳ ନିଶା କଫ ସିରପ ଜବତ, ୨ ଗିରଫ

ସମ୍ବଲପୁର: ସ୍ଥାନୀୟ ଟାଉନ ଥାନା ସମ୍ମୁଖ ଅଞ୍ଚଳରୁ ମଙ୍ଗଳବାର ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ ସହିତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନନୁଯାୟୀ, ଆଜି ଦିନ ସମୟରେ ପେଟ୍ରୋଲିଂ ସମୟରେ ଖବର ପାଇ ଟାଉନ ଥାନା ସମ୍ମୁଖରେ ଥିବା ହିନ୍ଦି ସ୍କୁଲ ନିକଟରେ ପୁଲିସ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଟାଉନ ଥାନାର ପଛରେ ରହୁଥିବା ଦାନିବନ୍ଧ ନିବାସୀ ମହମ୍ମଦ ସାହାବାଜ (୨୯) ଓ ଟାଉନ ଥାନା ସମ୍ମୁଖରେ ଥିବା ସାହୁ କଲୋନୀ ଝୁପୁଡିପଡ଼ା ନିବାସୀ ରଙ୍ଗିଲା ମହାନନ୍ଦ (୨୩) ଙ୍କୁ ଧରିଥିଲା। ଧରା ପଡ଼ିଥିବା ଯୁବକଙ୍କ ନିକଟରୁ ୧୭୦ଟି ନିଶା କଫ ସିରପ, ୪ ଲିଟର ଅପମିଶ୍ରିତ ନିଶା କଫ ସିରପ, ୧୪ଟି ଷ୍ଟ୍ରିପ ନିଶା ବଟିକା ଓ ୨ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories