କେନ୍ଦୁଝରଗଡ଼: ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡା କମ୍ପେ୍ଲକ୍ସ ପରିସରରେ ଚଳିତମାସ ୨୦ ଓ ୨୧ ତାରିଖ ଦୁଇଦିନ ଧରି ରବୀନ୍ଦ୍ର ବିଦ୍ୟା ନିକେତନର ୧୧ତମ ବାର୍ଷିକ କ୍ରୀଡାତ୍ସୋବ ଅନୁଷ୍ଠିତ ହୋଇଯାଇଛି। ଲମ୍ବଡିଆଁ, ଉଚ୍ଚଡିଆଁ, ଡିସ୍କସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ଦୌଡ ଆଦି ୨୦ଟି ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଅଲମ୍ପିଆନ ବିଜେତା ଧୀରଜ ବମ୍ଦେଭରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିବାକୁ ହେଲେ ନିର୍ଦ୍ଧିଷ୍ଟ ଭାବେ ଲକ୍ଷ୍ୟ ସ୍ଥିର କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପାରାଅଲମ୍ପିଆନ ବିଜେତା ସୁଶ୍ରୀ ନିତ୍ୟାଶ୍ରୀ ସିଭନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଛାଥିଲେ ସୁଯୋଗ ଆପେ ଆପେ ଆସେ ବୋଲି କହିବା ସହ କ୍ରୀଡା ଦିଗରେ ଛାତ୍ରଛାତ୍ରୀ ଅଧିକ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ସରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ରୋଟାରିଆନ ସୁରେନ୍ଦ୍ରନାଥ ପଟ୍ଟନାୟକ, ଇଂ ସୁରେଶ ଚନ୍ଦ୍ର ଖଟୋଇ, ରୋଟାରିଆନ ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ମେଣ୍ଟର ନନ୍ଦିନୀ ମୁଖାର୍ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହ ଅବସରରେ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ଜନ୍ମେଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



