www.samajalive.in
Monday, December 15, 2025
14.1 C
Bhubaneswar

ବେଆଇନ ବାଣ ଉପରେ ଚଢ଼ାଉ, ୨ ଗିରଫ

ସମ୍ବଲପୁର: ସ୍ଥାନୀୟ ବରେଇପାଲି ଥାନାଞ୍ଚଳରେ ବେଆଇନ ଭାବରେ ବାଣ ବିକ୍ରି କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ପୁଲିସର ସୂଚନାନୁଯାୟୀ, ବେଆଇନ ବାଣ ବିକ୍ରି ସୂଚନା ମିଳିବା ପରେ ବରେଇପାଲି ଡେଙ୍ଗସର୍ଗି ରାସ୍ତା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ପ୍ରକାରର ବାଣ ଗୁଡିକ ଜବତ କରାଯାଇଥିଲା। ଏଣୁ ବରେଇପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ବାଣ ରଖିଥିବା ପି.ସି. ସାହୁ ଏ ସମ୍ପର୍କିତ କୌଣସି କାଗଜପତ୍ର ଦେଖା ନ ପାରିବାରୁ ଗିରଫ କରାଯିବା ପରେ ନୋଟିସ ଦିଆଯାଇ ଛାଡି ଦିଆଯାଇଛି। ଜବତ ହୋଇଥିବା ବାଣ ଗୁଡିକର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଆଗାମୀ ଦିନରେ ଦୀପାବଳି ଆସୁଥିବା ବେଳେ ସମ୍ବଲପୁର ପୁଲିସ ପକ୍ଷରୁ ବେଆଇନ ବାଣ ବିକ୍ରି ଉପରେ କଡା ନଜର ରଖାଯାଇଥିବା ବେଳେ ବରେଇପାଲି ଅଞ୍ଚଳରେ ପ୍ରଥମ ଚଢ଼ାଉ କରାଯାଇ ଏତେ ପରିମାଣରେ ବାଣ ଜବତ କରାଯାଇଛି ବୋଲି ଏସଡିପିଓ ତୁଫାନ ବାଗ କହିଛନ୍ତି।

ଏସଡିପିଓ ଶ୍ରୀ ବାଗ ଆହୁରୀ କହିଛନ୍ତି ଯେ, ଗତକାଲି ବରେଇପାଲି ଅଞ୍ଚଳରେ ଚଢ଼ାଉ କରାଯାଇଥିବା ବେଳେ ଆଜି କ୍ଷେତରାଜପୁର ଥାନା ଅନ୍ତର୍ଗତ ମୁଙ୍ଗାପଡ଼ା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ମୁଙ୍ଗାପଡ଼ା ଠାରେ ବିନୁ ଜାଗିଙ୍କ ସ୍ଥାନରେ ଚଢ଼ାଉ ସମୟରେ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାର ବାଣ ବେଆଇନ ଭାବରେ ରଖାଯାଇଥିବାର ମିଳିଥିଲା। ଏଣୁ ଏକ ମାମଲା ରୁଜୁ କରି ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନୋଟିସ ଦିଆଯାଇ ଛଡାଯାଇଛି। ବେଆଇନ ବାଣ ବିକ୍ରି ଉପରେ ଆଗାମୀ ଦିନରେ ଆହୁରୀ ଚଢ଼ାଉ ଅଭିଯାନ କରାଯିବ ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories