ଅସ୍ଥାୟୀ ଆବାସ ସ୍ଥଳୀ ବୁଲି ଦେଖିଲେ ମନ୍ତ୍ରୀ ଓ ବିଧାୟକ

ପାଟଣା: ବାତ୍ୟା ଦାନା ପାଇଁ ପାଟଣା ବ୍ଲକ ଅଞ୍ଚଳରେ କରାଯାଇଥିବା ଅସ୍ଥାୟୀ ଆବାସ ସ୍ଥଳ ଗୁଡିକ ଆଜି ବୁଲି ଦେଖିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ। ପାଟଣା ବ୍ଲକର ତୁରୁମୁଙ୍ଗା, ନିହ୍ନୁଆଁ, ବାଉଁଶୁଳୀ ଓ ସରଧାପୁର ଆଦି ଅନ୍ୟାନ୍ୟ ଆଶ୍ରୟ ସ୍ଥଳରେ ରହୁଥିବା ଲୋକମାନଙ୍କୁ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ କଥା ପଚାରିଥିଲେ। ଏହି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଏସଇଏଫ କେ ନାଗରାଜୁ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ।

kalyan agarbati

Comments are closed.