ମାତ୍ର ୪ ଦିନ ପରେ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ଶୁକ୍ରଙ୍କ ରାଶି ପରିବର୍ତ୍ତନ, ହଠାତ୍‌ ହେବ ଧନ ଲାଭ, ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟକ ଏକ ରାଶିକୁ ଚଳନ କରି ଥାଆନ୍ତି । ଏହି ଚଳନ ପରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଥାଏ । ସୁଖ-ସମୃଦ୍ଧି, ଧନ-ବୈଭବର ଦାତା ଶୁକ୍ର ଗ୍ରହ ଖୁବ୍‌ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଶୁକ୍ର ବିଛା ରାଶିରେ ବିରାଜମାନ ରହିଛନ୍ତି ।

ଜ୍ୟୋତିଷ ଗଣନା ଅନୁସାରେ ଧନତେରସ ପୂର୍ବରୁ ୨୭ ଅକ୍ଟୋବର ୧ଟା ୧୫ ମିନିଟ ପରେ ଶୁକ୍ର ଜ୍ୟେଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ । ନଭେମ୍ବର ୭ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ । ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ରାଶିଙ୍କର ଖୁବ୍‌ ଧନ ଲାଭ ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..

ସିଂହ – ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସହକର୍ମୀଙ୍କ ଖୁବ୍‌ ସହଯୋଗ ମିଳିବ। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ରୋଗରୁ ମୁକ୍ତି ମିଳିବ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଚାକିରିରେ ପଦନ୍ନୋତି ହେବା ସହ ବ୍ୟବସାୟୀ ଲାଭବାନ୍‌ ହେବେ । ମନ ପସନ୍ଦର ଚାକିରି ମିଳିବ। ବିଦେଶରେ ଚାକିରି କରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ସହ ପ୍ରେମରେ ସଫଳତା ମିଳିବ।

 

Comments are closed.