ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ: ବୁଧବାର ରାଶିଫଳ
ମେଷ: ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇ ପାରନ୍ତି। ଆତ୍ମିକ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ହେବ। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସର୍ବତ୍ର ବିଜୟୀ ହେବେ।
ବୃଷ: ପରମ ସୌଭାଗ୍ୟଶାଳୀ ହୋଇ ପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟା ପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ବୀରକର୍ମା ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନ ମଳିବ। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ। ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ହେବେ।
କର୍କଟ:କର୍ମ ଚଞ୍ଚଳ ରହିବେ। ଥଣ୍ଡା, କଫ ଜନିତ ସାମାନ୍ୟ କ୍ଲେଶ ଅନୁଭବ କରି ପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନୀ ହେବେ।
ସିଂହ: ଆୟୁଷ୍ମାନ ହେବେ। ଯଶସ୍ବୀ ହୋଇ ପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। କନ୍ୟା:କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଦ୍ର ଚିତ୍ତ ସମ୍ପନ୍ନ ହୋଇ ପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ-ସଦିଚ୍ଛାଭାବ ରହିବ।
ତୁଳା: ପ୍ରବଳ ଭାଗ୍ୟଶାଳୀ ହୋଇ ପାରନ୍ତି। ସାମୟିକ ଭାବେ ଭୋଗ-ବିଳାସ କରି ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସ ପ୍ରିୟ, ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଉଦ୍ୟୋଗୀ ହେବେ।
ବିଛା: ପ୍ରତିଶୋଧ ପରାୟଣ ମନୋଭାବର ହୋଇପାରନ୍ତି। ଆଶା, ଆଶଙ୍କାରେ ଥିବା ଆକସ୍ମିକ ବିପଦକୁ ଡରିଲେ ସେ ଡରାଇବ, ମାତ୍ର ତା’ର ମୁକାବିଲା କଲେ ସେ ମୁହଁଛପା ଦେବ। ଯାନ-ବାହନ ଚଳାଚଳରେ ସତର୍କ ହେବେ।
ଧନୁ: ଉତ୍ସର୍ଗୀକୃତ ମନୋଭାବ ନେଇ ସେବାକୁ ଜୀବନର ବ୍ରତ ଭାବେ ଗହଣ କରି ପାରନ୍ତି। ଅହଂଭାବେ ଧୀରେ ଧୀରେ ଅସ୍ତାଚଳକୁ ଚାଲିଯିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ।
ମକର: ଆୟର ମୂଳଭାଗ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରି ପାରନ୍ତି। ଭ୍ରାତୃ ବନ୍ଧନ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ଜନସେବାକୁ ଗୁରୁତ୍ବ ଦେବେ। କୁମ୍ଭ:କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ଶ୍ରୋତ ବ୍ୟବସାୟାଦୀ କ୍ଷେତ୍ରରୁ ଦାନକ୍ଷେତ୍ରରୁ ସହାୟତା ରାଶିଭାବେ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ମୀନ : ନିଜର ସଖ୍ୟ ଅନୁସାରେ କୌଣସି ଦୁର୍ଗତକୁ ବୁଭୁକ୍ଷୁ ଅବସ୍ଥାରୁ ଉଦ୍ଧାର କରିପାରନ୍ତି। ଜଣେ ଦାୟିତ୍ବସମ୍ପନ୍ନ ହେବେ। କର୍ମ କ୍ଷେତ୍ରର ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ। ସୁସ୍ଥ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
Comments are closed.