www.samajalive.in
Saturday, December 6, 2025
14.1 C
Bhubaneswar

ଚାରାରୋପଣ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲା ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଚାରାରୋପଣ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଜିଲା ପ୍ରଶାସନ ଓ ଡିଏଫଓଙ୍କ ନିକଟରେ ମଙ୍ଗଳବାର ଅଭିଯୋଗ ହୋଇଛି। ପ୍ରଶାସନ ନିକଟରେ ଅଞ୍ଚଳବାସୀଙ୍କ ତରଫରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, କେସାପାଲି ପଞ୍ଚାୟତ ଯୁଯୁମୁରା ବ୍ଲକ ଅଞ୍ଚଳରେ ରିର୍ଜଭ ଫରେଷ୍ଟ ରହିଥିବାରୁ ସରକାର ପ୍ରତି ବର୍ଷ ଜଙ୍ଗଲର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ପ୍ରଦାନ କରୁଛନ୍ତି। କିନ୍ତୁ ବନ ବିଭାଗର ରେଞ୍ଜର ଓ ଫରେଷ୍ଟରଙ୍କ ସମେତ ଅନ୍ୟମାନେ କାମ ନକରି ମିଥ୍ୟା ବିଲ ମାଧ୍ୟମରେ କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ୯୦ ପ୍ରତିଶତ ଗରିବ ଶ୍ରେଣୀର ଲୋକ ରହୁଛନ୍ତି ।

ଆରଟିଆର ମାଧ୍ୟମରେ ଜଣାପଡିଛି ଯେ, ୨୦୨୨ – ୨୩ ବର୍ଷ ମିଥ୍ୟା ବିଲ କରାଯାଇ ଟଙ୍କା ଆତ୍ମସାତ କରାଯାଇଛି। ଗ୍ରାମବାସୀମାନଙ୍କୁ କାମ ଦେବା ବଦଳରେ ଲେବର କାର୍ଡ ନେଇ ସେମାନଙ୍କୁ ମାତ୍ର ୨ ଶହ ରୁ ୩ ଶହ ଟଙ୍କା ଦେଇ କାର୍ଡଧାରୀଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ପକାଇ ଟଙ୍କା ଗୁଡିକୁ ହଡପ କରି ନେଉଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନଙ୍କ ନାମରେ ମଧ୍ୟ ଟଙ୍କା ହଡପ କରାଯାଇଛି। ଏଣୁ ହଡପ କରିଥିବା ସମସ୍ତ ଟଙ୍କା ଗୁଡିକୁ ଆଦାୟ କରାଯାଇ ଦୋଷୀ ମାନଙ୍କୁ କଡା ଦଣ୍ଡ ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଦାବିପତ୍ର ସହିତ ଅଞ୍ଚଳବାସୀ ମାନେ ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ଗୁଡିକୁ ମଧ୍ୟ ସଂଲଗ୍ନ କରି ପ୍ରଶାସନକୁ ପ୍ରଦାନ କରିଛନ୍ତି । ପ୍ରଦତ୍ତ ଦାବି ପତ୍ରରେ କୁମୁଦିନୀ ଶବର, ସିମା ଶବର, ଜୟନ୍ତୀ ଶବର, ଦୁର୍ଯ୍ୟୋଧନ ନାଏକ, ସତ୍ୟନାରାୟଣ ନାୟକ, ଦୁଃଶାସନ ନାଏକ, ରଞ୍ଜିତା ପଧାନ, ରଞ୍ଜିତ ଶବର, ପବିତ୍ର ଶବର, ଉଷା ମଲିକ, ଶନି ଭୁଏଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି। ଅପର ପକ୍ଷରେ ଦାବିପତ୍ର ପାଇବା ପରେ ଡିଏଫଓ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଅଭିଯୋଗର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories