ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାଣି

ନୀଳଗିରି: ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାହାଡ଼ ପାଣି ପ୍ରବାହିତ ହୋଇଛି। ବାତ୍ୟା ‘ଦାନା’ ପାଇଁ ଅବିଶ୍ରାନ୍ତ ବର୍ଷା ସୃଷ୍ଟି ହୋଇଥିବାରୁ ଦେବଗିରି ପାହାଡ଼ରୁ ପାଣି ସବୁ ପ୍ରଖର ସ୍ରୋତରେ ଆସି ବାବାଙ୍କୁ ବୁଡ଼ାଇ ଦେଇଛି ।

ଏପରିକି ପୂଜକଙ୍କ ପିଣ୍ଡି ଓ ପୀଠ ଚାରିପାଖେ ପାଣିର ସ୍ରୋତ ମୁଣ୍ଡ ପିଟିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଶୈବପୀଠ ୩ଦିନ ବନ୍ଦ କରାଯାଇଛି । ଅପରପକ୍ଷରେ ବାତ୍ୟାର ପ୍ରଭାବରେ ଉକ୍ତ ଶୈବପୀଠରେ ବହୁ ଗଛ ଗଡ଼ିଥିବା ସୂଚନା ମିଳିଛି । ପଞ୍ଚଲିଙ୍ଗେଶ୍ୱର ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଦୋକାନୀଙ୍କ ଦୋକାନ ଗୃହ ଭାଙ୍ଗି ଯାଇଛି ।

ପରିବାର ପ୍ରତିପୋଷଣ ପାଇଁ ସ୍ଥାନୀୟ ଦୋକାନୀମାନେ ଅସ୍ଥାୟୀ ଗୃହ କରିଥିବା ବେଳେ ସେମାନଙ୍କ ଦୋକାନ ଭାଙ୍ଗି ଯାଇଥିବାରୁ ଦୋକାନୀ ଚିନ୍ତିତ ରହିଛନ୍ତି ।

Comments are closed.