କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ତୁରକେଲା ବ୍ଲକ ଘେରାଉ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀ, ବିଧବା ମହିଳା, ଭିନ୍ନକ୍ଷମ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ଦାବି କରି କଣ୍ଟାବାଞ୍ଜି ବିକାଶ ପରିଷଦ ଅଧକ୍ଷ ଅଜୟ ଦାସଙ୍କ ନେତୃତ୍ୱରେ ଶତାଧିକ ଲୋକ ତୁରକେଲା ବ୍ଲକ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦେଶ୍ୟରେ ବିଡ଼ିଓ ଶଙ୍କର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରାପ୍ତ ସୂଚନା ମୁତାବକ ବିଜେପି ସରକାର ନିର୍ବାଚନ ପୂର୍ବରୁ ରାଜ୍ୟର ବୁଢାବୁଡି, ବିଧବା ମହିଳା, ବିକଳାଙ୍ଗ ଭତ୍ତା ୧ ହଜାର ଟଙ୍କାରୁ ୩ ହଜାର ଟଙ୍କା ଦେବାପାଇଁ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇ ଶାସନ କ୍ଷମତାକୁ ଆସିଥିଲେ। ମୋହନ ମାଝୀଙ୍କ ସରକାର କେବଳ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ବୃଦ୍ଧି ନକରି ବଜେଟ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଢ଼ାବୁଢ଼ୀଙ୍କୁ ୩୫୦୦ ଟଙ୍କା ଭତ୍ତା ବୃଦ୍ଧି କରି ଅର୍ଥ ବ୍ୟୟ ବରାଦ କଲେ, କିନ୍ତୁ ରାଜ୍ୟର ସମସ୍ତ ବୁଢା ବୁଢୀଙ୍କୁ ୩ ହଜାର ଟଙ୍କା ଦେବା ପାଇଁ ଦାବି କରଛନ୍ତି କଣ୍ଟାବାଞ୍ଜି ବିକାଶ ପରିଷଦ। ଏହି ଘେରାଉରେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ପରିଷଦ ସଦସ୍ୟ ଅଶୋକ କୁଅଁର, ଲକ୍ଷ୍ମଣ ପୁଟେଲ ଅଜିତ ବେନିଆ, ବନବାସ ସୁନା, ପବିତ୍ର ହଂସ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.