ବାଙ୍ଗିରିପୋଷି ପରିଦର୍ଶନରେ ଆସି ବାଙ୍ଗିରିପୋଷି ବାତ୍ୟା ଆଶ୍ରୟସ୍ଥଳୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଲୋକସଭା ସାଂସଦ

ବାଙ୍ଗିରିପୋଷି : ଦାନା ବାତ୍ୟା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ତୁହା କୁ ତୁହା ବର୍ଷା ଲାଗି ରହିଛି। ପ୍ରଶାସନ ତରଫରୁ ୨୮ ଟି ଅସ୍ଥାୟୀ ବାତ୍ଯା ଆଶ୍ରୟସ୍ଥଳୀ ଗୁଡିକରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ତେବେ ଏ ସମସ୍ତ କାର୍ଯ୍ୟକୁ ତଦାରଖ ପାଇଁ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ନିର୍ଦ୍ଦେଶ ରହିଛି।

ଏହି ପରିପ୍ରେକ୍ଷୀରେ ଗତ କାଲି ଠାରୁ ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଆଶ୍ରୟସ୍ଥଳୀ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଥିବା ବେଳେ ଆଜି ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ ବାଙ୍ଗିରିପୋଷି ପରିଦର୍ଶନରେ ଆସି ବାଙ୍ଗିରିପୋଷି ବଜାର ମଧ୍ୟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହ ଆଶ୍ରିତ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ବେଳେ ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ, ତହସିଲଦାର ସୀତାଂଶୁ ଶେଖର ଦାସ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଗୁଦା ମୁର୍ମୁ , ଜିଲ୍ଲା ଉପସଭାପତି ଦୋଳ ଗୋବିନ୍ଦ ବେହେରା, ସ୍ଥାନୀୟ ସରପଞ୍ଚ ସୁନିମଣି ସିଂ, ପିଇଓ କାମିନୀକାନ୍ତ ଦଳେଇ, ନାଏବ ସରପଞ୍ଚ ମିଲାନି ମଲ୍ଲିକଙ୍କ ସହ ନିକଟସ୍ଥ ୱାର୍ଡ ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ।

Comments are closed.