www.samajalive.in
Monday, December 15, 2025
16.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବାତ୍ୟା ସ୍ଥିତି ଅନୁଧ୍ୟାନ, ରାତି ସୁଦ୍ଧା ସମ୍ପୂର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ସରବରାହ ଯୋଗାଣ

ଭୁବନେଶ୍ଵର: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବର୍ଷା, ପାଣି କାଦୁଅକୁ ଖାତିର ନ କରି ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତାହାର ତଦାରଖ କରିଥିଲେ।

ଲୋକମାନେ ମଧ୍ୟ ସେମାନଙ୍କ ଅଭିଯୋଗ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଜଣାଇଥିଲେ। ଲୋକଙ୍କ ଅସୁବିଧାର ତୁରନ୍ତ ସମାଧାନ ପାଇଁ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁସାରେ ବିଦ୍ୟୁତ ସରବରାହ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତ୍ୟକ୍ଷରୂପେ କାର୍ଯ୍ୟର ତତ୍ୱାବଧାନ କରିଥିଲେ। ସେହିପରି ବାତ୍ୟା ଜନିତ ଫସଲ ହାନିର ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗୀୟ କୃଷି ଅଧିକାରୀଙ୍କୁ ଆଦେଶ ଦେଇଥିଲେ ।

- Advertisement -

ଆଜି ରାତି ସୁଦ୍ଧା ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସ୍ଵାଭାବିକ କରିବା ଲାଗି ମଧ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଦିନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ଵରାନିତ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁନଃରୁଦ୍ଧାର କରାଯାଇଛି।

ବାତ୍ୟାର ପ୍ରଭାବ ଥିବା ସତ୍ତ୍ବେ ସମସ୍ତେ ଠିକ ଥିବା ଜାଣି ଅତ୍ୟନ୍ତ ସନ୍ତୋଷ ଅନୁଭବ କରିଥିଲେ ଏବଂ ସମସ୍ତେ ମିଳିମିଶି ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥିବାରୁ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗସ୍ତ କାଳରେ ସାଥିରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା,କେନ୍ଦ୍ରାପଡ଼ା ଜିଲାପାଳ, ଜିଲା କୃଷି ଅଧିକାରୀ, ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories