www.samajalive.in
Saturday, December 13, 2025
15.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବାତ୍ୟା ସ୍ଥିତି ଅନୁଧ୍ୟାନ, ରାତି ସୁଦ୍ଧା ସମ୍ପୂର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ସରବରାହ ଯୋଗାଣ

ଭୁବନେଶ୍ଵର: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବର୍ଷା, ପାଣି କାଦୁଅକୁ ଖାତିର ନ କରି ତାଳଚୁଆ ଓ ବଗପାଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତାହାର ତଦାରଖ କରିଥିଲେ।

ଲୋକମାନେ ମଧ୍ୟ ସେମାନଙ୍କ ଅଭିଯୋଗ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଜଣାଇଥିଲେ। ଲୋକଙ୍କ ଅସୁବିଧାର ତୁରନ୍ତ ସମାଧାନ ପାଇଁ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁସାରେ ବିଦ୍ୟୁତ ସରବରାହ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତ୍ୟକ୍ଷରୂପେ କାର୍ଯ୍ୟର ତତ୍ୱାବଧାନ କରିଥିଲେ। ସେହିପରି ବାତ୍ୟା ଜନିତ ଫସଲ ହାନିର ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗୀୟ କୃଷି ଅଧିକାରୀଙ୍କୁ ଆଦେଶ ଦେଇଥିଲେ ।

- Advertisement -

ଆଜି ରାତି ସୁଦ୍ଧା ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସ୍ଵାଭାବିକ କରିବା ଲାଗି ମଧ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଦିନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ଵରାନିତ ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁନଃରୁଦ୍ଧାର କରାଯାଇଛି।

ବାତ୍ୟାର ପ୍ରଭାବ ଥିବା ସତ୍ତ୍ବେ ସମସ୍ତେ ଠିକ ଥିବା ଜାଣି ଅତ୍ୟନ୍ତ ସନ୍ତୋଷ ଅନୁଭବ କରିଥିଲେ ଏବଂ ସମସ୍ତେ ମିଳିମିଶି ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥିବାରୁ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଗସ୍ତ କାଳରେ ସାଥିରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା,କେନ୍ଦ୍ରାପଡ଼ା ଜିଲାପାଳ, ଜିଲା କୃଷି ଅଧିକାରୀ, ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories