୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି ୨୦୨୪, ବୁର୍ଲା ଓ ବିକାଶ ସ୍କୁଲ ବିଜୟୀ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ସିଂହପାଲି – କାଈଁଶିର କ୍ରିଡା ପ୍ରାଙ୍ଗଣରେ ୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି – ୨୦୨୪ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତାରେ ଶୁକ୍ରବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ବୁର୍ଲା ହାଇସ୍କୁଲ ଓ କାଈଁଶୀର ହାଇସ୍କୁଲ ମଧ୍ୟରେ ହୋଇଥିଲା। ବୁର୍ଲା ସ୍କୁଲ ଦଳ ୩ – ୦ ଗୋଲରେ କାଈଁଶୀର ସ୍କୁଲ ଦଳକୁ ହରାଇ କ୍ୱାଟର ଫାଇନାଲ ଖେଳିବାକୁ ଉତ୍ତିର୍ଣ୍ଣ ହୋଇଛି। ସେହିଭଳି ଦ୍ୱିତୀୟ ମ୍ୟାଚ ବିକାଶ କନସେପ୍ଟ ସ୍କୁଲ ଓ ଧନକଉଡା ସରକାରୀ ହାଇସ୍କୁଲ ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ବିକାଶ ସ୍କୁଲ ଦଳ ୪ – ୧ ଗୋଲରେ ଧନକଉଡା ସ୍କୁଲ ଦଳକୁ ହରାଇ କ୍ୱାଟର ଫାଇନାଲ ଖେଳିବାକୁ ବିଜୟୀ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାମଚନ୍ଦ୍ର କର ଓ ସୋମେନ ଘୋଷ ଯୋଗ ଦେଇଥିଲେ। ଖେଳକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ଜଳେନ୍ଦ୍ର ଓରାମ, ଜଗେନ୍ଦ୍ର ଓରାମ ଓ ଶାନ୍ତା ରନବିଡା ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ସଂଘର ସମସ୍ତ ପଦାଧିକାରୀ ଓ ସଦସ୍ୟ ପରିଚାଳନା ଓ ଆୟୋଜନରେ ସହଯୋଗ କରୁଛନ୍ତି। ଶନିବାର ଏହି ପ୍ରତିଯୋଗିତାରେ ୨ଟି ମ୍ୟାଚ ଇଣ୍ଡିଆନ ପବ୍ଲକି ସ୍କୁଲ ଓ ସେଭେନ ହିଲ୍ସ ସ୍କୁଲ ଏବଂ ସେନ୍ଟ ଜୋସେଫ କନଭେଣ୍ଟ ସ୍କୁଲ ଓ ସିଏସବି ଜିଲା ସ୍କୁଲ ଦଳ ମଧ୍ୟରେ ଆୟୋଜିତ ହେବ।

Comments are closed.