ଲାଞ୍ଜିଗଡ଼ ଡିଏଭି ବିଦ୍ୟାଳୟ ଠାରେ ଡିଏଭି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ଦ୍ବାରା ଅନୁଷ୍ଠିତ ଡିଏଭି ଜୋନାଲ ସ୍ତରୀୟ ଫୁଟବଲ୍ ଏବଂ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ୧୯ ଏବଂ ୨୦ ଦୁଇଦିନ ହୋଇଥିବା ବେଦାନ୍ତ ଟାଉନସିପ ଖେଳପଡ଼ିଆ ଠାରେ ରବିବାର ଉଦଯାପିତ ହୋଇଯାଇଛି। ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ କ୍ରୀଡା କମିଟି ଅଧ୍ୟକ୍ଷ ଡ଼. ଅମିତ କୁମାର ଯୋଗ ଦେଇଥିଲେ। ଏହି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୩ ଗୋଟି ବିଦ୍ୟାଳୟର ଫୂଟବଲ ୧୨ଟି ଦଳ ଓ ତୀରନ୍ଦାଜ ୫ଟି ଦଳ ରହିଥିବା ବେଳେ ଏଥିରେ ମୋଟ ୧୮୫ ଜଣ ଖେଳାଳି ଭାଗ ନେଇଥିଲେ। ଏହି ଖେଳାଳି ମାନଙ୍କ ମଧ୍ୟରେ ୧୪ ବର୍ଷରୁ କମ ବର୍ଗର ଫୂଟବଲ ୬୦ ଜଣ, ତୀରନ୍ଦାଜ ୨ ଜଣ ପ୍ରତିଯୋଗୀ ରହିଥିବାବେଳେ ୧୭ ବର୍ଷରୁ କମ ବର୍ଗର ଫୂଟବଲ ୭୧ ଜଣ, ତୀରନ୍ଦାଜ ୮ ଜଣ ପ୍ରତିଯୋଗୀ ରହିଛନ୍ତି ଏବଂ ୧୯ ବର୍ଷରୁ କମ ବର୍ଗର ଫୂଟବଲ ୪୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ୧୩ ଜଣ ଏସକର୍ଟ ଶିକ୍ଷକ ନିୟୋଜିତ ହୋଇଛନ୍ତି ଓ ଗତ ଅଗଷ୍ଟ ମାସ ୨୩ ଏବଂ ୨୪ ରେ ଡ଼ିଏଭିର କ୍ଲଷ୍ଟର ଲେବଲ ପ୍ରତିଯୋଗିତା ହୋଇଥିଲା ଏବଂ ସେହି ପ୍ରତିଯୋଗିତାରେ ଭାଗନେଇ ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ନେଇ ଏହି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଇଛି। ୧୯ ବର୍ଷରୁ କମ ବର୍ଗର ଲାଞ୍ଜିଗଡ଼ ଡ଼ିଏଭି ଫୂଟବଲ ପ୍ରତିଯୋଗୀ ମାନେ ୧୯ ତାରିଖ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ଲାଞ୍ଜିଗଡ଼ ଡିଏଭି କଳିଙ୍ଗ ସହିତ ପ୍ରଥମ ମ୍ୟାଚ ଖେଳି ଡିଏଭି କଳିଙ୍ଗକୁ ୮-୦ ଗୋଲରେ ପରାଜୟ କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚ ଡ଼ିଏଭି ପୋଖରୀପୁଟ ଭୁବନେଶ୍ୱର ସହିତ ଦ୍ୱିତୀୟ ମ୍ୟାଚ ଖେଳି ଡ଼ିଏଭି ପୋଖରୀପୁଟ ଭୁବନେଶ୍ୱର ଠାରୁ ୩-୨ ଗୋଲରେ ପରାଜୟ କରିଥିଲେ। ତୃତୀୟ ମ୍ୟାଚ ଡ଼ିଏଭି ପୋଖରୀପୁଟ ଭୁବନେଶ୍ୱର ସହିତ ଡିଏଭି କଳିଙ୍ଗ ତାଳଚେର ଖେଳି ୮-୦ ଗୋଲରେ ଡିଏଭି କଳିଙ୍ଗ ତାଳଚେରକୁ ପରାଜୟ କରିଥିଲେ ଓ ଡିଏଭି ଲାଞ୍ଜିଗଡ଼ ଏବଂ ଡ଼ିଏଭି ପୋଖରୀପୁଟ ଫାଇନାଲକୁ ଯାଇଥିଲେ। ଦ୍ୱିତୀୟ ଦିନରେ ଡିଏଭି ଲାଞ୍ଜିଗଡ଼ ଏବଂ ଡ଼ିଏଭି ପୋଖରୀପୁଟ ଫାଇନାଲ ଖେଳିଥିଲେ ଏବଂ ୨-୧ ଗୋଲରେ ଡ଼ିଏଭି ପୋଖରୀପୁଟକୁ ହରାଇ ଡିଏଭି ଲାଞ୍ଜିଗଡ଼ ଚାମ୍ପିଅନ ହୋଇଥିଲ।

ସେହିପରି ୧୭ ବର୍ଷରୁ କମ ବର୍ଗର ଡ଼ିଏଭି ଟିଟିଲାଗଡ଼ ସହିତ ଡ଼ିଏଭି ବସୁନ୍ଧରା ସୁନ୍ଦରଗଡ଼ ଫାଇନାଲ ଖେଳି ୨-୦ ଗୋଲରେ ଡ଼ିଏଭି ବସୁନ୍ଧରାକୁ ହରାଇ ଡ଼ିଏଭି ଟିଟିଲାଗଡ଼ ଚାମ୍ପିଅନ ହୋଇଥିଲ ଏବଂ ୧୪ ବର୍ଷରୁ କମ ବର୍ଗର ପ୍ରତିଯୋଗୀମାନେ ପ୍ରଥମ ଦିନରେ ଡ଼ିଏଭି ଲାଞ୍ଜିଗଡ଼ ଏବଂ ଡିଏଭି ଚନ୍ଦ୍ରଶେଖରପୁର ଭୁବନେଶ୍ୱର ସହିତ ପ୍ରଥମ ମ୍ୟାଚ ଖେଳି ଡିଏଭି ଚନ୍ଦ୍ରଶେଖରପୁରକୁ ୫-୧ ଗୋଲରେ ପରାଜୟ କରିଥିଲେ। ଡ଼ିଏଭି ଏସଓସିପି ବ୍ରଜରାଜନଗର ସହିତ ଡ଼ିଏଭି ଇଫକୋ ପାରାଦୀପ ଦ୍ୱିତୀୟ ମ୍ୟାଚ ଖେଳି ଡ଼ିଏଭି ଏସଓସିପି ବ୍ରଜରାଜନଗର ଠାରୁ ଡ଼ିଏଭି ଇଫକୋ ପାରାଦୀପ ୨-୧ ଗୋଲରେ ପରାଜୟ କରିଥିଲେ। ଦ୍ୱିତୀୟ ଦିନରେ ଦ୍ୱିତୀୟ ଦିନରେ ଡିଏଭି ଲାଞ୍ଜିଗଡ଼ ଏବଂ ଡ଼ିଏଭି ଏସଓସିପି ବ୍ରଜରାଜନଗର ଫାଇନାଲ ଖେଳିଥିଲେ ଏବଂ ୨-୧ ଗୋଲରେ ଡ଼ିଏଭି ଏସଓସିପି ବ୍ରଜରାଜନଗର ହରାଇ ଡିଏଭି ଲାଞ୍ଜିଗଡ଼ ଚାମ୍ପିଅନ ହୋଇଥିଲଓ ଓ ସେହିପରି ତୀରନ୍ଦାଜରେ ୧୭ ବର୍ଷରୁ କମ ବର୍ଗର ବାଳକ ଇଣ୍ଡିଆନ ରାଉଣ୍ଡ ବିଭାଗରେ ଡ଼ିଏଭି ଲାଞ୍ଜିଗଡ଼ର କ୍ଷୀରୋଦ କୁମାର ପ୍ରଥମ, ଡ଼ିଏଭି ଭଂଜନଗରର ଦ୍ୱିତୀୟ ଏବଂ ଡ଼ିଏଭି ଲାଞ୍ଜିଗଡ଼ର ରାଜୀବ ପତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୭ ବର୍ଷରୁ କମ ବର୍ଗର ବାଳିକା ଇଣ୍ଡିଆନ ରାଉଣ୍ଡ ବିଭାଗରେ ଡ଼ିଏଭି ଟେନସାର କଳ୍ପିତଓ ପ୍ରଧାନ ପ୍ରଥମ ସ୍ଥାନ, ଡ଼ିଏଭି ଲାଞ୍ଜିଗଡ଼ର ନେହା କୁମାର ଦ୍ୱିତୀୟ ଏବଂ ଲିପସା କୁମାର ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ସେହିପରି ୧୪ ବର୍ଷରୁ କମ ବର୍ଗର ବାଳକ ରିକଭ ରାଉଣ୍ଡ ବିଭାଗରେ ଡ଼ିଏଭି ସିଡିଏ କଟକର ଜେ ଭିହାନ ରେଡି ପ୍ରଥମ ସ୍ଥାନ ଏବଂ ଡ଼ିଏଭି ଲାଞ୍ଜିଗଡ଼ର ଓମକାର ମାଝୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ତୀରନ୍ଦାଜ ପ୍ରତିଯୋଗିତାରେ ବାଳକ ବିଭାଗର ଡ଼ିଏଭି ଲାଞ୍ଜିଗଡ଼ ଏବଂ ବାଳିକା ବିଭାଗରେ ଡ଼ିଏଭି ଟେନସା ଚମ୍ପିଆନ ହୋଇଥିଲେ।

Comments are closed.