www.samajalive.in
Monday, December 15, 2025
17.1 C
Bhubaneswar

ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ଅଗ୍ରସେନ ଜୟନ୍ତୀ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ସମିତି ପକ୍ଷରୁ ୩୯ ତମ ଅଗ୍ରସେନ ଜୟନ୍ତୀ, ଅଗ୍ରସେନ ଭବନ ଠାରେ ପାଳିତ ହୋଇଯାଇଛି। ସମାଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନରେ ମାରୱାଡ଼ି ସମାଜର ଭୂମିକା ସର୍ବଦା ସମସ୍ତଙ୍କୁ ଆକର୍ଷିତ କରିଥାଏ ଏବଂ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ। ସମାଜ ଏହି ଭୂମିକାକୁ  ବଞ୍ଚେଇ ରଖିବାକୁ  ନୂତନ ପିଢ଼ିଙ୍କୁ ପ୍ରେରଣା ଦିଏ ଏହି ଜୟନ୍ତୀ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଧୁମ୍ ଧାମରେ ଜୟନ୍ତୀ ପାଳନ ସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତି ଯୋଗିତା ତଥା ଖେଳ କୁଦ ମାଧ୍ୟମରେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ପ୍ରତି ଭବିଷ୍ୟତ ଯୁବ ପିଢୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ଶିଶୁ ଓ ଯୁବକ ଯୁବତୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ କରିବାର ମହତ୍ ଉଦ୍ଦେଶ୍ୟକୁ ପ୍ରାଥମିକତା ଦେଇ ପ୍ରତିଯୋଗିତାରେ ଅତାବିରାର ସମସ୍ତ ମାରୱାଡ଼ି ପରିବାରର ଆବାଳ ବୃଦ୍ଧ ବନିତା ଅତି ଉତ୍କଣ୍ଠାର ସହ ଭାଗ ନେଇଥିଲେ।ଏହି ପ୍ରତିଯୋଗିତା ଗୁଡ଼ିକ ଭିତରେ ସାମାଜିକ ରୀତିନୀତି, ଆଧ୍ୟାତ୍ମିକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧ ଏବଂ ଏକତାର ଭାବଧାରା ଭରି ରହିଥିବା ସହ ତିନି ଦିନ ଧରି ଏକ ବର୍ଷରୁ ୟୁକେଜି ପର୍ଯ୍ୟନ୍ତ କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା  ୧୨୦ ଜଣ ପ୍ରତିଯୋଗୀଙ୍କୁ  ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories