ଲାଦରପାଲି ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ନବମ ଶାରଦୀୟ ଷୋଡ଼ଶ ପୂଜା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ  ଅନ୍ତର୍ଗତ ଲାଦରପାଲି ଠାରେ ୨୦୧୬ରେ  ଜନକଲ୍ୟାଣ କୁଳିତା ସମାଜ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ମାଁ ରଣେଶ୍ୱରୀ ରାମଚଣ୍ଡୀ ପୀଠରେ ନବମ ଶାରଦୀୟ ଷୋଡ଼ଶ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କର୍ତ୍ତା ରୂପେ ସୋଢାପାଳି ନିବାସୀ ପର୍ଶୁରାମ ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ପୁଝାରୀ ରୂପେ ପଣ୍ଡିତ ଜୟ କୁମାର ଦାସ ଓ ସାଥୀ ଦାୟିତ୍ୱ ତୁଲାଇଛନ୍ତି। ଅନ୍ୟ ଦେବୀ ପୀଠ ମାନଙ୍କରେ ନବରାତ୍ର ପୂଜା ନଅ ଦିନ ଧରି ହୋଇଥିବା ବେଳେ ଏହି ମନ୍ଦିରରେ ମହାଳୟା ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ  ଧରି ଚାଲିଥାଏ ଯାହା ଏହି ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ। ପ୍ରତିଦିନ ରୀତିନୀତି ସହ ହୋମ ଆଦି ଷୋଡଶ ପୂଜା କରାଯାଏ। ସକାଳେ ବାଳଭୋଗ, ମଧ୍ୟାହ୍ନରେ ଜାଉ, ଅନ୍ନଭୋଗ ଓ ସନ୍ଧ୍ୟାରେ କାକରା ପିଠା ମାଁଙ୍କୁ ଭୋଗ ଆଦି ଲାଗିଥାଏ।

Comments are closed.