www.samajalive.in
Thursday, December 11, 2025
23.1 C
Bhubaneswar

ମହାନଦୀରେ ବୁଡ଼ିଗଲେ ୨ ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର

ଡେସ୍କ: କଟକ ମହାନଦୀରେ ବୁଡି ଯାଇ ଶୁକ୍ରବାର ୨ ଜଣ ନିଖୋଜ ହେବା ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଉଦ୍ଧାର କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି। ଜଗତପୁର ବାଲିସାହି ନିକଟରେ ଆଜି ମହାନଦୀରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ବୁଡି ଯାଇଥିଲେ। ଉଭୟ ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଆର୍ଯ୍ୟନ ନାୟକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମନୋରଂଜନ ନାୟକ ଏବେ ବି ନିଖୋଜ ଥିବା କୁହାଯାଇଛି।

ଆଜି ସ୍କୁଲରେ ସାହିତ୍ୟ ବିଷୟ ପରୀକ୍ଷା ଶେଷ ହେବା ପରେ ୧୧ ଜଣ ଛାତ୍ର ଘରକୁ ନ ଯାଇ ନଦୀ କୂଳକୁ ଆସିଥିଲେ। ଦୁଇ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫର ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories