www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼

ଅମର୍ଦ୍ଦାରୋଡ଼: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି।ସୂଚନା ଅନୁସାରେ ଆଜି ଅପରାହ୍ଣରେ ଟ୍ରେନ ନଂ ୨୨୮୯୬ ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସଟି ବାଲେଶ୍ବର ଷ୍ଟେସନରେ ଅଟକିବା ପରେ ପରବର୍ତ୍ତୀ ରହଣି ଷ୍ଟେସନ ଖଡ଼ଗପୁର ମୁଖେ ଅତିକ୍ରମ କରିଥିଲା।

ତେବେ ଅମର୍ଦ୍ଦାରୋଡ଼ ଷ୍ଟେସନ ଅତିକ୍ରମ କରିବା ପରେ ପାଞ୍ଚବାଟିଆ ରେଳଫାଟକ ନିକଟରେ ଗାଡ଼ିର କୌଣସି ଏକ ବଗି ଉପରକୁ ଟେକା ମାଡ଼ ହୋଇଥିଲା।ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗିଥିବା ଜଣାପଡ଼ିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇ ଉପସ୍ଥିତ ଟିଟିଇଙ୍କୁ ଖବର ଦେଇଥିଲେ।ଟିଟିଇ ଜଳେଶ୍ବର ଷ୍ଟେସନକୁ ରିପୋର୍ଟ କରିବା ପରେ ରୂପସା ରେଳ ସୁରକ୍ଷା ବଳର ଅଧିକାରୀ କୁନ୍ଦନ କୁମାର ଝା,ଏସ ଆଇ ପି.କେ ରାୟଙ୍କ ଅନ୍ୟ କର୍ମଚାରୀ ମାନେ ତୁରନ୍ତ ଉକ୍ତ ଫାଟକ ନିକଟରେ ପହଞ୍ଚି ଦୁର୍ବୃତ୍ତର ପତ୍ତା ଲଗାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ।ମାତ୍ର କାହାରି ପତ୍ତା ମିଳିପାରି ନଥିବା ବେଳେ ଦୁର୍ବୃତ୍ତ ଜଣକ ଟେକା ମାଡ଼ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଅନୁମାନ କରାଯାଉଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories