www.samajalive.in
Sunday, December 7, 2025
14.1 C
Bhubaneswar

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା। ପ୍ରଥମ ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା ଟିମ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓସିଏ ଚୟନ କମିଟି ଅଧ୍ୟକ୍ଷ ଅମୀୟ ରାଏ ଓ କୋଚ ସୁରେନ୍ଦ୍ର ଭାବେ। ବିସିସିଆଇ ଘରୋଇ ସିଜିନର ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ଆଜି ୧୭ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି। ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ଭାର ପ୍ରଦାନ କରିଛି ଓସିଏ।


ଟିମରେ ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ସ୍ୱସ୍ତିକ ସାମଲ ଭଳି ଦକ୍ଷ ଖେଳାଳିଙ୍କୁ ଚୟନ କରିଛି ଚୟନ କମିଟି। ସେହିପରି ନୂଆ ମୁହଁ ହିସାବରେ ଅନୀଲ ପରିଡା ଓ ସୁମିତ ଶର୍ମାଙ୍କୁ ଓଡିଶା ଟିମରେ ନଜର ଆସିବେ। ସେହିପରି ଦୁଇ ଉଇକେଟ କିପର ବ୍ୟାଟର ଆଶ୍ରିବାଦ ସ୍ୱାଇଁ, ରାଜେଶ ଧୂପର ମଧ୍ୟ ଟିମରେ ରହିଛନ୍ତି। ବୋଲିଂ ଲାଇନ ଅପରେ ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ ରାଉଳ, ରାଜେଶ ମହାନ୍ତି, ଦେଵବ୍ରତ ପ୍ରଧାନ, ତାରଣୀ ସ, ହର୍ଷିତ ରାଥୋଡ଼ ଟିମରେ ରହିଛନ୍ତି। ରଣଜୀ ସିଜିନରେ ଓଡିଶା ମୋଟ ୭ଟି ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ତ୍ରିପୁରା ବିପକ୍ଷରେ ଖେଳିବ ଟିମ ଓଡିଶା। ପରେପରେ ଜାମୁ କାଶ୍ମୀର, ବରୋଦା, ମୁମ୍ବାଇ, ମହାରାଷ୍ଟ୍ର, ମେଘାଲୟ ଓ ସର୍ଭିସେସକୁ ଭେଟିବ ଓଡିଶା ଟିମ। ଏହି ଟିମ ଗଠନ ପାଇଁ ଓଡିଶା କ୍ରିକେଟ ଟିମ ଅନେକ କ୍ୟାମ୍ପ ସହ ଅଭ୍ୟାସ ମ୍ୟାଚ ଖେଳିଛି। ଯାହାଦ୍ୱାରା ଏହି ସିଜିନରେ ନିଶ୍ଚୟ ଭଲ କରିବ। ବିଗତ ବର୍ଷ ମାନଙ୍କରେ ରଣଜୀ ଟ୍ରଫିରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। କିନ୍ତୁ ଚଳିତବର୍ଷ ରଣଜୀ ଟ୍ରଫିରେ ଓଡିଶା ସଫଳତା ପାଇବ ବୋଲି ଆଶା ରଖିଛି ଓସିଏ।

- Advertisement -

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories