www.samajalive.in
Monday, December 15, 2025
15.1 C
Bhubaneswar

ସହରାଞ୍ଚଳରେ ରାସ୍ତାଘାଟ ଓ ଜଳଯୋଗାଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ଜିଲ୍ଲା ତଥା ବିଭାଗୀୟ ପଦାଧିକାରୀବୃନ୍ଦ ଯୋଗଦେଇଥିଲେ।

ବୈଠକରେ ବିଭିନ୍ନ ଜିଲା ତଥା ମୁନିସିପାଲିଟିରୁ ଆସିଥିବା ବ୍ୟକ୍ତିବିଶେଷ ନିଜ ନିଜ ଅଞ୍ଚଳର ସମସ୍ୟା ଯଥା-ରାସ୍ତାଘାଟ, ଜଳଯୋଗାଣ ସମସ୍ୟା ବିଷୟରେ ମନ୍ତ୍ରୀମାନଙ୍କୁ ଜଣାଇଥିଲେ।ଏହିସବୁ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବୈଠକରେ ନିଷ୍କର୍ଷ ବାହାର କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ ଏ ବାବଦରେ କାର୍ଯ୍ୟର ଅଗ୍ରଗତି ନେଇ ତଥ୍ୟ ପ୍ରଦାନ କରିଥିଲେ। ଏହି ତଥ୍ୟକୁ ଆଧାର କରି ସଂପୃକ୍ତ ବିଭାଗକୁ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଠିକ୍‌ ସମୟରେ କାର୍ଯ୍ୟ ସମାପ୍ତି ନ ଘଟିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ଝାରସୁଗୁଡ଼ା ଓ ବ୍ରଜରାଜନଗର ସହରାଞ୍ଚଳର ସାମୂହିକ ବିକାଶ ସଂପର୍କରେ ଆଲୋଚନା କରାଯାଇ ଉଭୟ ସହରାଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ଚାଲୁରହିଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ବ୍ୟତୀତ ୨୪ ଘଣ୍ଟିଆ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପାଣ୍ଠି) ବ୍ୟତୀତ ସରକାରଙ୍କଠାରୁ ଆବଶ୍ୟକ ଅର୍ଥ ମଞ୍ଜୁର କରିବା ନେଇ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟ ଆଗାମୀ ନଭେମ୍ବର ୩୦ ତାରିଖ ସୁଦ୍ଧା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିସହ ଉଭୟ ସହରରେ ବସ୍ତିବାସିନ୍ଦାମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଜାଗା ଯୋଗାଇଦେବା ପାଇଁ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ପ୍ରକଳ୍ପିତ ନୂତନ ବସ୍‌ଷ୍ଟାଣ୍ଡର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଓବିସିସିଏଲ୍‌ ହାତକୁ ନେଇଥିବାବେଳେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବସ୍‌ ରହଣି ସୁବ୍ୟବସ୍ଥିତ କରିବା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ବିଭାଗ ପକ୍ଷରୁ ଏ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବୈଠକରେ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories