ଜୋନ୍ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ କଳାହାଣ୍ଡିକୁ ୩ ସ୍ୱର୍ଣ୍ଣ

ଲାଞ୍ଜିଗଡ଼଼: ଛତିଶଗଡ଼଼ ରାଜ୍ୟର ଦୁର୍ଗ ଅଞ୍ଚଳର ରୁଙ୍ଗଟା ଡିଏଭି ପବ୍ଲିକ ସ୍କୁଲରେ ଗତ ସେପ୍ଟେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସିବିଏସ୍‌ଇ ଜୋନ୍‌ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୨ ତୀରନ୍ଦାଜୀ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ବିଭିନ୍ନ ବର୍ଗରେ ୩ଟି ସ୍ବର୍ଣ୍ଣ, ୨ ରୌପ୍ୟ, ୧କାଂସ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅଣ୍ଡର-୧୭ ଇଣ୍ଡିଏନ୍ ରାଉଣ୍ଡରେ କ୍ଷୀରୋଧ କୁମାର ୩୦ ମିଟର, ୪୦ ମିଟର ଓ ଓଭରାଲରେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଅଣ୍ଡର-୧୪ରେ ରିକକ୍ ରାଉଣ୍ଡରେ ଓଁମକାର ମାଝୀ ୬୦ ମିଟରରେ ୧ରୌପ୍ୟ, ୧ କାଂସ୍ୟ ଓ ଓଭରାଲ ରେ ୧ ରୌପ୍ୟ ପଦକ ହାସଲ କରିଛନ୍ତି। ତୀରନ୍ଦାଜୀ କୋଚ୍ ସୀମାଞ୍ଚଳ କାଟ୍ରାକା ଓ ଟିମ ମ୍ୟାନେଜର ଗଜାଧର ପଟେଲଙ୍କ ନେତୃତ୍ବରେ ଏହି ୨ ପ୍ରତିଯୋଗୀ ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଲାଞ୍ଜିଗଡ଼ ଡିଏଭି ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଖେଳାଳି କୋଚଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

Comments are closed.