www.samajalive.in
Monday, December 8, 2025
20.1 C
Bhubaneswar

ଚୋରି ସାମଗ୍ରୀ ଉଦ୍ଧାର, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗୁଣ୍ଡିଚା ନଗରରେ ଏକ ନିର୍ମାଣଧୀନ କୋଠା ପରିସରରୁ ଲକ୍ଷାଧିକ ଟଙ୍କାର କାଠ ସହ ଟାଇଲ ଓ ମେସିନ ଚୋରି ଘଟଣାରେ ପୁଲିସ ୩ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ଯାଇଥିବା ସମସ୍ତ ସାମଗ୍ରୀ ଓ ଏକ ଡାଲା ଅଟୋକୁ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଫୁଲଟାର ରବି ଦାସ, ପାଟପୁରର ଜଗନ୍ନାଥ ବାଡତିଆ ଓ କନିସି ଗାଁର ଓ ବେଣୁ ଗୋପାଳ ବୋଲି ପୁଲିସ ସୁଚନା ଦେଇଛି। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଏକ ଡାଲା ଅଟୋ ସହ ୫୮ ପେଟି ଟାଇଲ ,୫୦ ପିସ୍ ଟିକ କାଠ ପଟା, ୨ଟି କଟିଂ ମେସିନ, ୩ଟି ହାତ ଡ୍ରିଲ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ, ଗୋଟିଏ ସ୍କୁଟି ଓ ୩ଟି ମୋବାଇଲ ଜବତ କରାଯାଇଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

 

- Advertisement -

ଅଭିଯୋଗ ଅନୁଯାୟୀ ଗତ ୮ ତାରିଖରେ ଗୁଣ୍ଡିଚା ନଗରରେ ଥିବା ରାମଚନ୍ଦ୍ର ସେଠୀଙ୍କ ନିର୍ମାଣଧୀନ କୋଠାର ଠିକାଦାର ଭାବେ କନିସିର ସନ୍ତୋଷ କୁମାର ଦଳାଇ କାମ କରୁଥିଲେ। ୮ ତାରିଖ ଦିନ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଆଣି କୋଠାରେ ରଖିଥିଲେ। କିନ୍ତୁ ସକାଳୁ କୋଠା ପରିସରକୁ ଆସିଥିବା ସମୟରେ ସମସ୍ତ ସାମଗ୍ରୀ ଚୋରି ଯାଇଥିବା ଜାଣି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ସେଠାରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories