www.samajalive.in
Wednesday, December 10, 2025
18.1 C
Bhubaneswar

ମଣ୍ଡଳସ୍ତରୀୟ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ

ସିମୁଳିଆ: ବାଲିଖଣ୍ଡ ମଣ୍ଡଳରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ୪୨ନମ୍ବର ଜୋନର ବାଲିଖଣ୍ଡ ମଣ୍ଡଳ ଅଣ୍ଡରାଇ ପଞ୍ଚାୟତ ଦୀଗି ଠାରେ ବିଜେପି ଦଳ ପକ୍ଷରୁ ବାଲିଖଣ୍ଡ ମଣ୍ଡଳର ମଣ୍ଡଳ ସଭାପତି ପ୍ରଦୀପ ରାୟଙ୍କ ନେତୃତ୍ୱରେ ଏକ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳରେ ଥିବା ୫ ଗୋଟି ପଞ୍ଚାୟତରୁ ସମସ୍ତ କର୍ମୀ ମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକଙ୍କ ପ୍ରତିନିଧି ତଥା ବିଜେପି ଯୁବନେତା ଡକ୍ଟର ଅଣୁମାଧବ ପଣ୍ଡା ଯୋଗଦେଇ କର୍ମଶାଳାଟିକୁ ଉଦଘାଟନ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ବିଜେପିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ କିପରି ଭାବେ ଚାଲିଛି ତାହା ଆଲୋଚନା ହେବା ସହ ବୁଥ ସ୍ତରରୁ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକ, ମାର୍କୋଣା ପଞ୍ଚାୟତ ପ୍ରଭାରୀ ଲଷ୍ମୀକାନ୍ତ ମିଶ୍ର, ଅଣ୍ଡାରାଇ ପଂଚାୟତ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ମହିଳା ମଣ୍ଡଳ ସଭାନେତ୍ରୀ ମଞ୍ଜୁଲତା ସାମନ୍ତ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ୫ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଜେପି କର୍ମୀମାନେ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories