www.samajalive.in
Monday, December 8, 2025
27.1 C
Bhubaneswar

ମଣ୍ଡଳସ୍ତରୀୟ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ

ସିମୁଳିଆ: ବାଲିଖଣ୍ଡ ମଣ୍ଡଳରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ୪୨ନମ୍ବର ଜୋନର ବାଲିଖଣ୍ଡ ମଣ୍ଡଳ ଅଣ୍ଡରାଇ ପଞ୍ଚାୟତ ଦୀଗି ଠାରେ ବିଜେପି ଦଳ ପକ୍ଷରୁ ବାଲିଖଣ୍ଡ ମଣ୍ଡଳର ମଣ୍ଡଳ ସଭାପତି ପ୍ରଦୀପ ରାୟଙ୍କ ନେତୃତ୍ୱରେ ଏକ ନିର୍ବାଚନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳରେ ଥିବା ୫ ଗୋଟି ପଞ୍ଚାୟତରୁ ସମସ୍ତ କର୍ମୀ ମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସିମୁଳିଆ ବିଧାୟକଙ୍କ ପ୍ରତିନିଧି ତଥା ବିଜେପି ଯୁବନେତା ଡକ୍ଟର ଅଣୁମାଧବ ପଣ୍ଡା ଯୋଗଦେଇ କର୍ମଶାଳାଟିକୁ ଉଦଘାଟନ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ବିଜେପିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ କିପରି ଭାବେ ଚାଲିଛି ତାହା ଆଲୋଚନା ହେବା ସହ ବୁଥ ସ୍ତରରୁ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକ, ମାର୍କୋଣା ପଞ୍ଚାୟତ ପ୍ରଭାରୀ ଲଷ୍ମୀକାନ୍ତ ମିଶ୍ର, ଅଣ୍ଡାରାଇ ପଂଚାୟତ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ମହିଳା ମଣ୍ଡଳ ସଭାନେତ୍ରୀ ମଞ୍ଜୁଲତା ସାମନ୍ତ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ୫ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଜେପି କର୍ମୀମାନେ ଯୋଗ ଦେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories