ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାକୁ ମଞ୍ଜୁରି

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାକୁ ମଞ୍ଜୁରି ମିଳିଛି । ଗୋମାତା ଯୋଜନାରେ ୩ ବର୍ଷରେ ପ୍ରାୟ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ଦ୍ବାରା ଗୋ-ଧନ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ପ୍ରାଣୀଙ୍କ ପାଇଁ ଟୀକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବା ବ୍ୟବସ୍ଥା କରାଯିବ । ସେହିଭଳି ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜୋରିମାନା ଭୋଗିବାକୁ ପଡିବାରେ । ଦୋଷୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।

Comments are closed.