www.samajalive.in
Monday, December 8, 2025
14.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗା ପ୍ରସ୍ତୁତି ଜୋରଦାର

ଲଡୁଗାଁ : କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳବୃଦ୍ଧବନିତା । ଆଉ ସେଥିପାଇଁ ଡ଼ଙ୍ଗା ତିଆରି କରି ବିକ୍ରି କାମରେ ଲାଗି ପଡ଼ିଛନ୍ତି କୋକସରା ବ୍ଲକ ମୋଟେର  ଗ୍ରାମର ଭୁବନେ ଶବର । ଏବେ ଚର୍ଚ୍ଚାରେ  ତାଙ୍କ ହାତ ତିଆରି ସୋଲ ଡ଼ଙ୍ଗା ।  ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି।  କିଛିବର୍ଷ  ହେବଗାଁ ମାନଙ୍କରେ କଦଳୀ ଗଛ ଆଉ ବାଡି ବଗିଚାରେ ଦେଖା ନ ଯିବା ଓ ପରିବେଶ ଉପଯୋଗୀ କଦଳୀ ବାସୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ନ ଥିବା ବେଳେ ଯଦି ବା ମିଳୁଛି, ତାହାର ଦାମ୍‌ ଅଧିକ ରହୁଛି। ତେଣୁ କମ୍‌ ଦାମ୍‌ରେ ମିଳୁଥିବା ସୋଲ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ପୂର୍ଣ୍ଣିମା ଦିନ ଜଳାଶୟରେ ଭାସିବ  ମୋଟେର ଗ୍ରାମର ଭୂବନେ ତିଆରି କରିଥିବା  ସୋଲ ଡଙ୍ଗା । ଧର୍ମ ମାସ କାର୍ତ୍ତିକରେ ପ୍ରତିଟି ଓଡିଆ ନଦୀ ଓ ପୋଖରୀରେ ଡଙ୍ଗା ଭସାଣ କରିଥାନ୍ତି । ଏଥିପାଇଁ ବଜାରରେ ଭଳିକି ଭଳି ଡଙ୍ଗା ବିକ୍ରି ହେଉଛି । ତେବେ ଲୋକଙ୍କ ଚାହିଦା ଅନୁସାରେ ସୋଲରେ ଖୁବ୍ ସୁନ୍ଦର ସୁନ୍ଦର ଡଙ୍ଗା ପ୍ରସ୍ତୁତ କରିଛନ୍ତି ଭୂବନେ । ଡଙ୍ଗା ତିଆରି କରିବାରେ  ସହଯୋଗ କରିଥାନ୍ତି ତାଙ୍କ ପୁଅ ଗୁରୁଚରଣ ଶବର । ସୋଲ କାଟିବା ଠାରୁ ଆରମ୍ଭ କରି ଅଠା ଲଗାଇବା, ରଙ୍ଗ ଦେବା, ରଙ୍ଗୀନ କାଗଜ ମାରିବା ଓ କଣ୍ଟା ପିଟିବା କାମ କରନ୍ତି ବାପା-ପୁଅ ।  ଆଉ ଏସବୁ ଡଙ୍ଗାର ଦର ୧୦ ଟଙ୍କାରୁ ଆରମ୍ଭ କରି ୧୦୦୦  ଟଙ୍କା ରହିଛି । ତେବେ ଗ୍ରାହକମାନେ ଛୋଟ ଛୋଟ ଡଙ୍ଗା କିଣି ନେଉଥିବା ବେଳେ ବଡ ବଡ ଡଙ୍ଗା ପ୍ରସ୍ତୁତି ପାଇଁ ଆଗୁଆ ବରାଦ ଦେଇଥାନ୍ତି । ଲୋକଙ୍କ ବରାଦ ଅନୁଯାୟୀ  ବିଭିନ୍ନ ରକମର  ଡଙ୍ଗା ତିଆରି କରିବା ସହ ସମସ୍ତଙ୍କୁ ଠିକ୍ ସମୟରେ ହାତ ପାଆନ୍ତାରେ ଯୋଗାଇ ଦେଉଥିବାରୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଖୁସିରେ କିଣି ନେଉଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories