www.samajalive.in
Tuesday, December 9, 2025
15.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗା ପ୍ରସ୍ତୁତି ଜୋରଦାର

ଲଡୁଗାଁ : କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳବୃଦ୍ଧବନିତା । ଆଉ ସେଥିପାଇଁ ଡ଼ଙ୍ଗା ତିଆରି କରି ବିକ୍ରି କାମରେ ଲାଗି ପଡ଼ିଛନ୍ତି କୋକସରା ବ୍ଲକ ମୋଟେର  ଗ୍ରାମର ଭୁବନେ ଶବର । ଏବେ ଚର୍ଚ୍ଚାରେ  ତାଙ୍କ ହାତ ତିଆରି ସୋଲ ଡ଼ଙ୍ଗା ।  ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି।  କିଛିବର୍ଷ  ହେବଗାଁ ମାନଙ୍କରେ କଦଳୀ ଗଛ ଆଉ ବାଡି ବଗିଚାରେ ଦେଖା ନ ଯିବା ଓ ପରିବେଶ ଉପଯୋଗୀ କଦଳୀ ବାସୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ନ ଥିବା ବେଳେ ଯଦି ବା ମିଳୁଛି, ତାହାର ଦାମ୍‌ ଅଧିକ ରହୁଛି। ତେଣୁ କମ୍‌ ଦାମ୍‌ରେ ମିଳୁଥିବା ସୋଲ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ପୂର୍ଣ୍ଣିମା ଦିନ ଜଳାଶୟରେ ଭାସିବ  ମୋଟେର ଗ୍ରାମର ଭୂବନେ ତିଆରି କରିଥିବା  ସୋଲ ଡଙ୍ଗା । ଧର୍ମ ମାସ କାର୍ତ୍ତିକରେ ପ୍ରତିଟି ଓଡିଆ ନଦୀ ଓ ପୋଖରୀରେ ଡଙ୍ଗା ଭସାଣ କରିଥାନ୍ତି । ଏଥିପାଇଁ ବଜାରରେ ଭଳିକି ଭଳି ଡଙ୍ଗା ବିକ୍ରି ହେଉଛି । ତେବେ ଲୋକଙ୍କ ଚାହିଦା ଅନୁସାରେ ସୋଲରେ ଖୁବ୍ ସୁନ୍ଦର ସୁନ୍ଦର ଡଙ୍ଗା ପ୍ରସ୍ତୁତ କରିଛନ୍ତି ଭୂବନେ । ଡଙ୍ଗା ତିଆରି କରିବାରେ  ସହଯୋଗ କରିଥାନ୍ତି ତାଙ୍କ ପୁଅ ଗୁରୁଚରଣ ଶବର । ସୋଲ କାଟିବା ଠାରୁ ଆରମ୍ଭ କରି ଅଠା ଲଗାଇବା, ରଙ୍ଗ ଦେବା, ରଙ୍ଗୀନ କାଗଜ ମାରିବା ଓ କଣ୍ଟା ପିଟିବା କାମ କରନ୍ତି ବାପା-ପୁଅ ।  ଆଉ ଏସବୁ ଡଙ୍ଗାର ଦର ୧୦ ଟଙ୍କାରୁ ଆରମ୍ଭ କରି ୧୦୦୦  ଟଙ୍କା ରହିଛି । ତେବେ ଗ୍ରାହକମାନେ ଛୋଟ ଛୋଟ ଡଙ୍ଗା କିଣି ନେଉଥିବା ବେଳେ ବଡ ବଡ ଡଙ୍ଗା ପ୍ରସ୍ତୁତି ପାଇଁ ଆଗୁଆ ବରାଦ ଦେଇଥାନ୍ତି । ଲୋକଙ୍କ ବରାଦ ଅନୁଯାୟୀ  ବିଭିନ୍ନ ରକମର  ଡଙ୍ଗା ତିଆରି କରିବା ସହ ସମସ୍ତଙ୍କୁ ଠିକ୍ ସମୟରେ ହାତ ପାଆନ୍ତାରେ ଯୋଗାଇ ଦେଉଥିବାରୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଖୁସିରେ କିଣି ନେଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories