www.samajalive.in
Sunday, December 7, 2025
26.1 C
Bhubaneswar

ବେଦାନ୍ତ ନେଇଥିବା ଜମି ଫେରାଇବେ ରାଜ୍ୟ ସରକାର

ଡେସ୍କ: ପୁରୀ ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ରାଜ୍ୟ ସରକାର ସେହି ଜମିକୁ ଫେରସ୍ତ କରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଯେଉଁମାନଙ୍କ ଜମି ଅଧିକୃତ ହୋଇଥିଲା ସେମାନଙ୍କୁ ଚିହ୍ନଟ କରାଯାଇ ପଟ୍ଟାରେ ଆବଶ୍ୟକ ପରିବର୍ତ୍ତନ କରି ଫେରସ୍ତ କରାଯିବ। ପୁଣି ସେହି ଲୋକମାନେ ଜମି ଦାଖଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆସନ୍ତା ୨ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ରାଜ୍ୟ ସରକାରଙ୍କ ମାଧ୍ୟମରେ ଅଧିଗ୍ରହଣ କରିଥିବା ୩୩୪୨.୫୩ ଏକର ଘରୋଇ ଜମିକୁ ଫେରସ୍ତ ପାଇଁ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ତେବେ ଅଧିଗ୍ରହଣ ସମୟରେ ଯେଉଁ କ୍ଷତିପୂରଣ ଦିଆଯାଇଛି, ତାହା ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ଫେରାଇବାକୁ ପଡିବ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories