www.samajalive.in
Friday, December 12, 2025
14.1 C
Bhubaneswar

ବେଦାନ୍ତ ନେଇଥିବା ଜମି ଫେରାଇବେ ରାଜ୍ୟ ସରକାର

ଡେସ୍କ: ପୁରୀ ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ରାଜ୍ୟ ସରକାର ସେହି ଜମିକୁ ଫେରସ୍ତ କରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଯେଉଁମାନଙ୍କ ଜମି ଅଧିକୃତ ହୋଇଥିଲା ସେମାନଙ୍କୁ ଚିହ୍ନଟ କରାଯାଇ ପଟ୍ଟାରେ ଆବଶ୍ୟକ ପରିବର୍ତ୍ତନ କରି ଫେରସ୍ତ କରାଯିବ। ପୁଣି ସେହି ଲୋକମାନେ ଜମି ଦାଖଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆସନ୍ତା ୨ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ରାଜ୍ୟ ସରକାରଙ୍କ ମାଧ୍ୟମରେ ଅଧିଗ୍ରହଣ କରିଥିବା ୩୩୪୨.୫୩ ଏକର ଘରୋଇ ଜମିକୁ ଫେରସ୍ତ ପାଇଁ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ତେବେ ଅଧିଗ୍ରହଣ ସମୟରେ ଯେଉଁ କ୍ଷତିପୂରଣ ଦିଆଯାଇଛି, ତାହା ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ଫେରାଇବାକୁ ପଡିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories