www.samajalive.in
Wednesday, November 19, 2025
29.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଯୁବକ ଗିରଫ 

ଗୋପାଳପୁର : ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଜଣେ ଯୁବକକୁ ଗୋପାଳପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ କଦରପଲ୍ଲୀ ଗ୍ରାମର ସୁଶାନ୍ତ ପ୍ରଧାନ ବୋଲି ପୁଲିସ କହିଛି । ସୂଚନା ପ୍ରକାରେ ଗତ ଗୁରୁବାର ପିଡିତା ନାବାଳିକା ପରିବାର ଲୋକେ କୌଣସି ଏକ କାମରେ ବାହାରକୁ ଯାଇଥିଲେ । ସେହି ସମୟରେ ୫ ବର୍ଷର ନାବାଳିକା ଅଙ୍ଗନବାଡିରୁ ଫେରି ଘରେ ଥିଲା ।  ପଡୋଶୀ ଘରେ ରହୁଥିବା ସୁଶାନ୍ତ ପ୍ରଧାନ ଘରେ କେହି ନଥିବାର ସୁଯୋଗ ନେଇ ମଧ୍ୟାହ୍ନ ସମୟରେ ନିଜ ଘରକୁ ନାବାଳିକାକୁ ଡ଼ାକି  ବାରି ଘର କବାଟ ବନ୍ଦ କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ସେହି ସମୟରେ ଯୁବକଙ୍କ ମାମୁଁ ଆସିଯିବାରୁ ସୁଶାନ୍ତ କବାଟ ଖୋଲି ସେଠାରୁ ଚାଲି ଯାଇଥିଲା । ଝିଅର ବାପା ଓ ମା ଘରକୁ ଫେରିବା ପରେ ଝିଅ ସମସ୍ତ ଘଟଣା କହିଥିଲା । ପରିବାର ଲୋକ ସବୁ ଶୁଣିବା ପରେ ନ୍ୟାୟ ପାଇଁ ଗ୍ରାମ ସଭା ହୋଇଥିଲା । ସଭାରେ ନିଷ୍ପତି ପ୍ରକାରେ ସେମାନେ ଗ୍ରାମ ଛାଡ଼ି ଚାଲିଯିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ସେମାନେ ଗ୍ରାମରେ ରହିଥିବାରୁ ଝିଅ ମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ପରିବାର ଲୋକେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୧୫/୨୪ ମାମଲା ରୁଜୁ କରି ଝିଅର ବୟାନ ରେକର୍ଡ କରି ଅଭିଯୁକ୍ତକୁ କାବୁ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ କହିଛନ୍ତି ।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories