www.samajalive.in
Monday, December 8, 2025
14.1 C
Bhubaneswar

ଦେଢ଼ମାସ ଧରି ଅଚଳ ହୋଇ ପଡ଼ିଛି ଟ୍ରାନ୍ସଫର୍ମର: ଲାଇନ୍ ନଥାଇ ମଧ୍ୟ ଆସୁଛି ବିଲ୍

ଫୁଲବାଣୀ : ବିଦ୍ୟୁତ ବିଭାଗର ଅବହେଳା ପାଇଁ ଦୀର୍ଘ ଦେଢ଼ମାସ ହେଲା ଅନ୍ଧାରରେ ରହିଛନ୍ତି ଗୋଟିଏ ଗାଁର ତିରିଶ ପରିବାର । କରେଣ୍ଟ ନଥାଇ ମଧ୍ୟ ଆସୁଛି ବିଦ୍ୟୁତ ବିଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଗ୍ରାମପଞ୍ଚାୟତର ଅନ୍ତର୍ଗତ ବାଲିପଦର ଓ କାଲିମୁଣ୍ଡା ଗ୍ରାମରେ । ଦୀର୍ଘ ଦେଢ଼ ମାସ ଧରି ବିଦ୍ୟୁତ ସେବା ବନ୍ଦ ଥିବା ଯୋଗୁଁ ଗ୍ରାମବାସୀ ରାତ୍ରି ସମୟରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ବାଲିପଦର କାଲିମୁଣ୍ଡାଠାରେ ଥିବା ୧୦ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅକ୍ଟୋବର ଆଠ ତାରିଖ ଠାରୁ କୈାଣସି କାରଣରୁ ପୋଡ଼ି ଯାଇଥିବାରୁ ଏକ ମାସରୁ ଉର୍ଦ୍ଧ୍ଵ ହେବ ବିଦ୍ୟୁତ୍ ସେବା ଠପ୍ ହୋଇ ଯାଇଛି।

ଗ୍ରାମର ତିରିଶ ପରିବାର ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ନିର୍ଭର କରିଥାନ୍ତି। ବିଦ୍ୟୁତ ସେବା ବନ୍ଦ ରହିଥିବା ଯୋଗୁଁ  ଗାଁରେ ରାତ୍ର ସମୟରେ ଘନ ଅନ୍ଧାର ହୋଇ ରହୁଥିବା ବେଳେ  ଏକ ପ୍ରକାରେ ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟ ପଟେ ଗ୍ରାମର  ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗକୁ ଏବଂ ଫିରିଙ୍ଗିଆ ସବଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଗ୍ରାମବାସୀ ବାରମ୍ବାର  ଅଭିଯୋଗ କଲେ ମଧ୍ୟ କର୍ଣ୍ଣାପାତ କରୁନ ଥିବା କହିଛନ୍ତି। ଯଥାଶୀଘ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

- Advertisement -

ସେପଟେ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କୁ ପଚାରିବାରୁ ସେହି ଗାଁରେ ଗତ ବର୍ଷ ଠିକ ଏହି ଭଳି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯିବାରୁ ନୂତନ ଟ୍ରାନ୍ସଫର୍ମର ଲଗାଯାଇଥିଲା । ଗାର କିଛି କଞ୍ଜ୍ୟୁମର କରେଣ୍ଟକୁ ଠିକ ଭାବରେ ବ୍ୟବହାର କରୁନଥିବାରୁ ଟ୍ରାନ୍ସଫରମର ପୋଡି ଯାଇଥିବା କହିଥିବା ବେଳେ ଗାଁ ର କିଛି କଞ୍ଜ୍ୟୁମରଙ୍କ ବିଦ୍ୟୁତ ବିଲ ବକେୟା ଥିବାରୁ ନୂତନ ଟ୍ରାନ୍ସଫର୍ମର ଲାଗିପାରୁନାହିଁ । ବିଦ୍ୟୁତ ବିଲ ପୈଠ କଲେ ଟ୍ରାନ୍ସଫରମର ଲାଗିବ ବୋଲି କହିଛନ୍ତି । ଅନ୍ୟପଟେ ଆଗାମୀ କିଛିଦିନ ମଧ୍ୟରେ ବିଦ୍ୟୁତ ଟ୍ରାନଫର୍ମର ଲଗାନଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ମଧ୍ୟ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories