www.samajalive.in
Monday, December 8, 2025
14.1 C
Bhubaneswar

ଅନଲାଇନରେ ଅର୍ଡର କରିଥିଲେ ଓଢଣୀ, ବ୍ୟାଙ୍କ ଆକାଉଣ୍ଟରୁ ଚାଲିଗଲା ୭୭ ହଜାର ଟଙ୍କା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ବୀମା ନଗରରେ ରହୁଥିବା ଗୀତାଞ୍ଜଳି ପଟ୍ଟନାୟକ ଅନଲାଇନ ମାଧ୍ୟମରେ ଓଢଣୀ ଅର୍ଡର କରି ୭୭ ହଜାର ୧୪୫ ଟଙ୍କା ଠକେଇର ଶିକାର ହୋଇଛନ୍ତି । ସୂଚନା ପ୍ରକାରେ ଗୀତାଞ୍ଜଳି ଓଢଣୀକୁ ୨୩୦ ଟଙ୍କାରେ ଅନଲାଇନ ମାଧ୍ୟମରେ ଅର୍ଡର କରିଥିଲେ । ଜିନିଷ ପହଞ୍ଚିବା ପରେ ଅର୍ଡର କରିଥିବା ଓଢଣୀ ଠିକ ନଥିବାରୁ ଫେରସ୍ତ କରିଥିଲେ । କିନ୍ତୁ ରିଟର୍ଣ୍ଣ ଟଙ୍କା ନଆସିବାରୁ ମିସୋ କଷ୍ଟମର କେୟାର ସହ ଯୋଗାଯୋଗ କରିଥିଲେ । କିଛି ଦିନ ମଧ୍ୟରେ ଟଙ୍କା ଫେରସ୍ତ ପାଇବ ବୋଲି କହିଥିଲେ । କିଛି ଦିନ ଅପେକ୍ଷା ପରେ ଟଙ୍କା ଫେରସ୍ତ ନହେବାରୁ ପୁଣି କଷ୍ଟମର କେୟାର ସହ ଯୋଗାଯୋଗ କରିଥିଲେ ।

କଷ୍ଟମର କେୟାର ପକ୍ଷରୁ ହ୍ବାଟ୍ସଆପରେ କଲ କରି ସେ କହିବା ପ୍ରକାରେ ସ୍କ୍ରିନ ସଟ ଏବଂ ଓଟିପି ଦେଇଥିଲେ। ପରେ ମହିଳାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ମେସେଜ ଦେଖିବା ବେଳକୁ ଚାରୋଟି କିସ୍ତିରେ ୭୭ ହଜାର ୧୪୫ ଟଙ୍କା ନିଜ ଆକାଉଣ୍ଟରୁ କଟିଥିଲା । ପରେ ମହିଳା ଜଣକ ଠକେଇର ଶିକାର ହୋଇଥିବା ଜାଣିପାରି ଗୋପାଳପୁର ଥାନାରେ ସମ୍ପୂର୍ଣ୍ଣ ତଥ୍ୟ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୧୬/୨୪ ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories