www.samajalive.in
Monday, December 15, 2025
27.1 C
Bhubaneswar

୧୧ଦିନ ପରେ ବିଦେଶରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ

ବାଣପୁର: ବାଣପୁର ବ୍ଳକ ଅନ୍ତର୍ଗତ ସୁନାକେରା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ବଡପୁଅ ଅଶୋକ ପ୍ରଧାନ (୪୦) ଗତ ନଭେମ୍ବର ୨୦୨୩ରେ ମଧ୍ୟପ୍ରାଚ୍ୟ ଆବୁଧାବିର ଅଲ ଡଫର ସହରର ନାସିର ଏସ୍ ଅଲ୍‌ହାଜିରି (ଏନଏସଏଚ) କମ୍ପାନୀରେ ରାଜମିସ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ବାପା, ମାଆ, ସ୍ତ୍ରୀଙ୍କ ସମେତ ଦୁଇ ଝିଅ ଓ ପୁଅଙ୍କୁ ନେଇ ଅଶୋକଙ୍କ ପରିବାରରେ ଅଶୋକ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତେବେ ଗତ ୨୦ ତାରିଖରେ କାର୍ଯ୍ୟସ୍ଥଳୀରେ ଅଶୋକଙ୍କର ମୃତ୍ୟୁ ହୋଇଯାଇଥିବା କମ୍ପାନୀ ପକ୍ଷରୁ ପରିବାରକୁ ଖବର ଦିଆଯାଇଥିଲା। ଅଶୋକଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ତେବେ ଅଶୋକଙ୍କ ମୃତଦେହ, ବୀମାରାଶି ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ପାଇଁ ପରିବାର ଲୋକେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମାତ୍ର କୈାଣସି ସୁଫଳ ମିଳିନଥିଲା। ତେବେ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସର କନସୁଲାର ଅଧିକାରୀ ଅମିତ କୁମାର ସିଂହ, ଏନଏସଏଚ କମ୍ପାନୀର ପ୍ରଶାସନୀକ ଅଧିକାରୀ ଗଣେଶ ପଲେଇଙ୍କସହ ଯୋଗାଯୋଗ କରିଥିଲେ। ଶେଷରେ କମ୍ପାନୀ ପକ୍ଷରୁ ମୃତଦେହ ଭାରତର କୋଲକତା ଦମଦମ୍ ଏୟାରପୋର୍ଟକୁ ପଠାଯାଇଥିଲା। ଅଶୋକଙ୍କ ସମ୍ପର୍କୀୟ ଉଲ୍ଲାସ ପ୍ରଧାନ ଓ ସନ୍ତୋଷ ପ୍ରଧାନ ଆମ୍ବୁଲାନ୍ସ ଯୋଗେ କୋଲକାତାରୁ ମୃତଦେହ ନେଇ ଶୁକ୍ରବାର ଅପରାହ୍ଣରେ ଗ୍ରାମରେ ପହଂଚିଥିଲେ। ତେବେ ଅଶୋକଙ୍କ ବକେୟା ଓ ବୀମା ରାଶି ପାଇବା ପାଇଁ ପରିବାର ପକ୍ଷରୁ ପ୍ରଶାସନୀକ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories