www.samajalive.in
Sunday, December 14, 2025
17.1 C
Bhubaneswar

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ବିଦାୟକାଳୀନ ସଭା

ସମ୍ବଲପୁର: ଆକାଶବାଣୀ, ସମ୍ବଲପୁର କେନ୍ଦ୍ରର ସଂଗୀତ ସଂଯୋଜକ ବିଜୟ କୁମାର ବେହେରା ଶୁକ୍ରବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଏଠାରେ ୨୦ ନଭେମ୍ବର ୧୯୯୮ରେ ନିଜର ଚାକିରି ଜୀବନ ଆରମ୍ଭ କରି ଦୀର୍ଘ ୨୬ ବର୍ଷ ଏହି କେନ୍ଦ୍ରରେ ଅବସ୍ଥାପିତ ରହି ଅନେକ ସଂଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ତାଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଅନେକ ସଂଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାର୍ଷିକ ପୁରସ୍କାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଲାଭ କରିଥିଲା । ଏହି ଅବସରରେ କେନ୍ଦ୍ର ପରିସରରେ ଆଜି ଏକ ବିଦାୟକାଳୀନ ସଭା ଆୟୋଜିତ ହୋଇଯାଇଛି । ଆକାଶବାଣୀ ରିକ୍ରିଏସନ୍‌ କ୍ଲବ ଦ୍ୱାରା ଆୟୋଜିତ ସଭାରେ ଶ୍ରୀ ବେହେରାଙ୍କୁ କ୍ଲବର ସଭାପତି ତଥା ଅଭିଯାନ୍ତ୍ରିକୀ ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ର ଏବଂ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଜୀ ପୁଷ୍ପଗୁଚ୍ଛ, ସ୍ମାରକୀ, ଉପଢୌକନ ଏବଂ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କ୍ଲବ ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟରଞ୍ଜନ ପଣ୍ଡା, ଜ୍ୟୋତି ପ୍ରକାଶ ମିଶ୍ର, ଦୀପକ ଓରାମ, ସୋମନାଥ ଜାଲ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories