www.samajalive.in
Monday, December 15, 2025
17.1 C
Bhubaneswar

ବିକେ ଷ୍ଟିଲ କାରଖାନାର ଫାଟକ ଖୋଲିବା ନିମନ୍ତେ ପ୍ରଶାସନ, କର୍ମଚାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା

ଗୁରୁଡିଝାଟିଆ: ବିକେ ଷ୍ଟିଲ କାରଖାନା ଫାଟକ ଖୋଲିବା ନିମନ୍ତେ ମାହେଶ୍ୱରୀ ଇସ୍ପାତ ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଆଜି କାରଖାନା ସମ୍ମୁଖରେ ଏକଜୁଟ ହୋଇଥିଲେ। ଦୀର୍ଘଦିନ ଧରି କାରଖାନା ଫାଟକ ବନ୍ଦ ହେବା ଫଳରେ କାରଖାନାର ଅଶେଷ କ୍ଷତି ଘଟୁଛି। ଯାହାଫଳରେ କି କାରଖାନାରେ କାର୍ଯ୍ୟରତ ମାହେଶ୍ୱରୀ ଇସ୍ପାତ ଶ୍ରମିକ କର୍ମଚାରୀ ସଂଘର ସଦସ୍ୟଙ୍କ ପେଟପାଟଣା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାରଖାନା ଫାଟକ ଖୋଲିଲେ ଆମ୍ଭେ ବଂଚିବୁ। ସେଥିପାଇଁ ଆଜି ପୂର୍ବାହ୍ନରେ ତୁରନ୍ତ କାରଖାନା ଫାଟକ ଖୋଲିବାକୁ ଶତାଧିକ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ହେଲେ ଘଟଣାସ୍ଥଳରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ମାଜିଷ୍ଟ୍ରେଟ ସମରେନ୍ଦ୍ର ଭଟ୍ଟ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ହୋଇଥିଲେ। ଫାଟକ ଖୋଲିବା ନିମନ୍ତେ ଜିଦ୍ ଧରିଥିବା ଶ୍ରମିକ କର୍ମଚାରୀ ସଂଘର ନେତୃତ୍ୱ ନେଉଥିବା ଗଗନ ବିହାରୀ ପରିଡା, ଉପେନ୍ଦ୍ର ନନ୍ଦ, ସୁବ୍ରତ ମହାପାତ୍ର, ସତ୍ୟାନନ୍ଦ ରାଉତ, ଜ୍ଞାନରଞ୍ଜନ ଜେନା ପ୍ରମୁଖଙ୍କ ସହିତ ପ୍ରଶାସନ ଆଲୋଚନା କରିଥିଲା। ଯେହେତୁ ନିଯୁକ୍ତି ଓ ବକେୟା ପ୍ରାପ୍ୟ ଓ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୂର ସଂଘ ଅନୁମୋଦିତ ମାହେଶ୍ୱରୀ ଇସ୍ପାତ ଶ୍ରମିକ କର୍ମଚାରୀ ସଂଘର ସଦସ୍ୟମାନେ କାରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି, ସେମାନଙ୍କ ଆଜି ସଂନ୍ଧ୍ୟାରେ ଶ୍ରମ ଆୟୁକ୍ତଙ୍କ ସହିତ ବିଶଦ ଆଲୋଚନା ରହିଅଛି। ଏହାପରେ କାରଖାନା ଫାଟକ ଖୋଲିବା ନିଷ୍ପତି ହୋଇପାରେ। ତେଣୁ କାରଖାନା ଫାଟକ ଖୋଲିବା ପାଇଁ ଆସିଥିବା ମାହେଶ୍ୱରୀ ଇସ୍ପାତ ଶ୍ରମିକ କର୍ମଚାରୀ ସଂଘର ନେତୃବର୍ଗଙ୍କୁ ପ୍ରଶାସନ ବୁଝାସୁଝା କରି ଘଟଣାସ୍ଥଳରୁ ଫେରାଇ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories