www.samajalive.in
Sunday, December 14, 2025
23.1 C
Bhubaneswar

ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗରେ ଆରମ୍ଭ ହେଲା ଭଞ୍ଜବାଣୀ ରେଡ଼ିଓ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗରେ ଆଜି ଜାତୀୟ ପତାକା ଦିବସ ପାଳନ ଅବସରରେ ପୁଣିଥରେ ଭଞ୍ଜବାଣୀ ରେଡ଼ିଓ ଆରମ୍ଭ ହୋଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପକ୍ଷରୁ ଦୁଇ ବର୍ଷ ହେଲା ବନ୍ଦ ରହିଥିବା ଭଞ୍ଜବାଣୀ ରେଡ଼ିଓକୁ ପୁନଃବାର ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ବେଳେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ। ଓଡିଶାର ପ୍ରଥମ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗ ତଥା ବିଭାଗର ସ୍ବର୍ଣ୍ଣ ଜୟନ୍ତୀକୁ ନଜରରେ ରଖି ବିଭାଗୀୟ ମୁଖ୍ୟ ଡ଼. ବନ୍ଦିତା ପଣ୍ଡା ଆଜି ଭଞ୍ଜବାଣୀ ପୁଣିଥରେ ଆରମ୍ଭ କରିଥିଲେ। ଆଜି ଆରମ୍ଭରୁ ବନ୍ଦେ ମାତରଂ ଗାନ କରି ଏହାର ଆରମ୍ଭ ହୋଇଥିଲା। ଆଜିର ଖବର ପାଠିକା ସାଇନି କର୍ମକାର ଖବର ପାଠ କରିଥିଲେ। ଏହାର ବାର୍ତ୍ତା ଶୁଣିବା ପାଇଁ ବିଭାଗ, ପିଜି କାଉନସିଲ ଅଫିସ ଏବଂ ପ୍ରଶାସନିକ କୋଠାରେ ସ୍ପିକର ଖଞ୍ଜା ଯାଇଛି। ଆଗାମୀ ଦିନରେ ନାଲକୋ ଗେଟ, ଲାଇବ୍ରେରୀ, ଛାତ୍ର, ଛାତ୍ରୀ ନିବାସରେ ବାର୍ତ୍ତା ଶୁଣିବା ପାଇଁ ସ୍ପିକର ଖଞ୍ଜା ଯିବ ବୋଲି କୁଳପତି ପ୍ରଫେସର ଦାଶ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଡ଼. ଚିନୁ ବହିଦାର, ଡ଼. ମିହିର ତ୍ରିପାଠୀ, ସହଯୋଗୀ ଦୀପିକା ମଣ୍ଡଳ ଉପସ୍ଥିତ ଥିବା ବେଳେ ବିଭାଗର ପ୍ରଫେସର ଗଣେଶ ସେଠୀ, ଡ଼. ଜୟନ୍ତ ପଣ୍ଡା, ଅଗ୍ନ୍ନି ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଚାଲୁ ରହିବ ବୋଲି ବିଭାଗୀୟ ମୁଖ୍ୟ ଡ଼. ପଣ୍ଡା କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories