www.samajalive.in
Monday, December 15, 2025
27.1 C
Bhubaneswar

କଳାପଥରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ମୁଖ୍ୟରାସ୍ତା ଦୁଇ ପାର୍ଶ୍ୱରେ ବୃକ୍ଷରୋପଣ
ଗୋପାଳପୁର ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ଆଜି ବାଙ୍କୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ନଦିକୁଣ୍ଡା ଠାରୁ ଗ୍ରାମର ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ରୋପଣ କରିଥିଲେ। କୃଷ୍ଣଚୂଡା, ରାଧାଚୂଡା, ଅର୍ଜୁନ, ଜାମୁ,ହରିଡା, ମହାନିମ୍ବ ପ୍ରଭୃତି ଚାରାରୋପଣ କରାଯାଇ ତା’ର ଯତ୍ନ ନେବା ପାଇଁ ଯୁବକମାନେ ଶପଥ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନ କୁମାର ସାହୁ, ନିର୍ମଳ ପ୍ରକାଶ ଦାସ, ଅନୀଲ କୁମାର ସ୍ୱାଇଁ, ସନ୍ତୋଷ କୁମାକର ସ୍ୱାଇଁ, ଅକ୍ଷୟ କୁମାର ଭୋଇ, ଟୁଟୁନୁ ସ୍ୱାଇଁ, ଲକ୍ଷ୍ମୀଧର ମହାରଣାଙ୍କ ସମେତ ଅନେକ ଯୁବକ ପରିଚାଳନା କରି ଗଛ ଲଗାଇବା ସହିତ ପରିବେଶକୁ ସୁସ୍ଥ ରଖିବା ପାଇଁ ଯୁବକମାନଙ୍କ ଉଦ୍ୟମକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ।

ଗୁରୁପୂର୍ଣ୍ଣିମାରେ ବାପାବୋଉଙ୍କ ସ୍ମୃତିରେ ବୃକ୍ଷରୋପଣ
ପରିବେଶ ସୁରକ୍ଷା ଓ ଜନସଚେତନତା ପାଇଁ ଡମପଡ଼ା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଯୁବ ସାହିତ୍ୟିକ ଦମ୍ପତି ତଥା ସାମାଜିକ କର୍ମୀ ସୁବ୍ରତ କୁମାର ନାୟକ ଏବଂ ଅଧ୍ୟାପିକା ମମତା ଜେନାଙ୍କ ଉଦ୍ୟମରେ ପ୍ରତି ରବିବାର ଓ ଛୁଟି ଦିନରେ ବିଭିନ୍ନ ଗ୍ରାମରେ ବୃକ୍ଷରୋପଣ କରିବା ଓ ପରିବେଶ ସଚେତନତା ଉପରେ କାର୍ଯ୍ୟକ୍ରମ କରାଯାଉଛି। ଆଜି ଗୁରୁପୂର୍ଣ୍ଣିମାରେ ନିଜ ବାପାବୋଉଙ୍କ ସ୍ମୃତିରେ ଆୟୂଷ ସେବା ଘର ପରିସରରେ ଖୋଲାସ୍ଥାନ ଓ ଅରପୁର ଗ୍ରାମ୍ୟ ମଙ୍ଗଳା ମନ୍ଦିର ରାସ୍ତାରେ ୫ରୁ ଉର୍ଦ୍ଧ୍ୱ ଔଷଧିୟ ବୃକ୍ଷ ସହିତ ଜାମୁ, ନିମ୍ବ, ବେଲ, ଶାଗୁଆନ୍‌, ସିଜୁ ଓ ବଉଳ ଗଛ ଲଗାଯାଇଛି। ଏହା ସହିତ ପ୍ରତି ଘରେ ଘରେ ଏହି ସବୁ ଗଛ ବଣ୍ଟା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ପରିବାର ଚକ୍ରର ଅଧ୍ୟକ୍ଷ କୁମାର ଅମୀୟ, ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଡମପଡ଼ା ବ୍ଳକ ମିଶନ୍‌ଶକ୍ତିର ସଂଯୋଜକ ଅକ୍ଷୟ କୁମାର ଭଟ୍ଟ, କବି ଲଲାଟେନ୍ଦୁ ପଣ୍ଡା, ମା’ବାଉତୀ ସେବା ସଂଗଠନର ସଭାପତି ପିଣ୍ଟୁ ପରିଡା, ଶିବ ପ୍ରସାଦ ସାହୁ, ଗୌରାଙ୍ଗ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।

- Advertisement -

କୁଶୁପଙ୍ଗି ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ବୃକ୍ଷରୋପଣ
କୁଶପଙ୍ଗୀ ରାମଲୀଳା ନାଟ୍ୟ ସଂସଦର ୮୩ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଶୁପଙ୍ଗି ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଅଞ୍ଚଳରେ ଏକତାର ବାର୍ତ୍ତା ବହନ କରୁଥିବା ରାମଲୀଳା ଅନୁଷ୍ଠାନ ଚଳିତ ବର୍ଷ ‘ବୃକ୍ଷ ହିଁ ଜୀବନ’ ବାର୍ତ୍ତାକୁ ନେଇ ସଚେତନ ସୃଷ୍ଟି କରୁଥିବା ବେଳେ ସଭ୍ୟମାନଙ୍କ ଦ୍ୱାରା ୪ ଶହରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେକାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନ ସମଗ୍ର ଅଞ୍ଚଳରେ ନିଜ ପ୍ରଚେଷ୍ଟାରେ ଗଛ ଲଗାଇବା ସହିତ ଏହାର ଯତ୍ନ ନେବାପାଇଁ ଶପଥ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭୂ ପ୍ରସାଦ ନାୟକ, ଚିତ୍ତରଞ୍ଜନ ନାୟକ, ରମେଶ ଚନ୍ଦ୍ର ନାୟକ, ଗୋବର୍ଦ୍ଧନ ବେହେରା, ଦିଲ୍ଲୀପ୍ କୁମାର ବେଉରା, ସନ୍ତୋଷ ସ୍ୱାଇଁ, ବସନ୍ତ ସ୍ୱାଇଁ, ବରେନ୍ଦ୍ର ବେହେରା, ବିନ୍ଦୁସାଗର ଲେଙ୍କା, ଚିନ୍ମୟ ବେଉରା, ସୁଶାନ୍ତ ବେଉରା, ବ୍ରଜକିଶୋର ବେଉରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories