www.samajalive.in
Saturday, December 13, 2025
23.1 C
Bhubaneswar

ଜାଗରଯାତ୍ରା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ୩ ମୃତ, ୨ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାଗର ଯାତ୍ରାରୁ ଫେରୁଥିବା ବେଳେ ଭାରାସମ୍ୟ ହରାଇ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ହେବା ଫଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ ଆଇ ୫ ଜଣ ଆଦି ନୁଆଁ ରାଇଗୁଡା ଅଞ୍ଚଳକୁ ଝିଅ ଛାଡିବାକୁ ଯାଇଥିଲେ। ଝିଅ ଛାଡି ନକଟସ୍ଥ ଗାଁରେ ହେଉଥିବା ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ପିତାମ୍ବର ପ୍ରଧାନ ଓ ଗୁଣ୍ଡିଚା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଅଟୋ ଡ୍ରାଇଭର ମୁନାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ମା ଓ ଝିଅ ସାମାନ୍ୟ ଆହତ ହୋଇ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତ। ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଟୋଟି ନିଜେ ଭାରସାମ୍ୟ ହରାଇ ଓଲଟିଛି ନା କୌଣସି ଗାଡି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories