ଡେସ୍କ: ତୁର୍କୀରେ ହୋଇଥିବା ଭୂମିକମ୍ପରେ ଘାନାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ଆତସୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ମିଳିଥିବା ଏଜେଣ୍ଟ କହିଛନ୍ତି। ତୁର୍କୀ ଭୂମିକମ୍ପ ପରେ ୩୧ ବର୍ଷୀୟ ଖେଳାଳୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ଖବର ମିଳିଥିଲା କିନ୍ତୁ ସେ କେଉଁ ହସ୍ପିଟାଲରେ ଅଛନ୍ତି ଜଣା ପଡ଼ିନଥିଲା। ସେ ଯେଉଁ ଘରେ ରହୁଥିଲେ ତାହା ଭୂମିକମ୍ପରେ ଭୁଶୁଡି ପଡିଥିଲା।
ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଲାଗି ସେଠାକାର ପୁଲିସ ଓ ଉଦ୍ଧାରକାରୀ ଦଳ ଉଦ୍ୟମ କରିଥିଲେ। ପରେ ତାଙ୍କ ମୃତଦେହ ମିଳିବା ନେଇ ସ୍ପଷ୍ଟ କରାଯାଇଛି। ଖ୍ରୀଷ୍ଟିଆନଙ୍କ ମୃତଦେହ ମିଳିବା ପରେ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।



