MEllora 950×100

ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟେଷ୍ଟ, ଭାରତ ପାଇଁ ୧୧୫ ରନ ଟାର୍ଗେଟ

ଡେସ୍କ: ନୂଆଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ଆଜି ତୃତୀୟ ଦିନରେ ଅଷ୍ଟ୍ରେଲିଆ ୧୧୩ ରନରେ ସମସ୍ତ ଉଇକେଟ ହରାଇଛି। ଜାଡେଜା ୪୨ ରନରେ ୭ଟି ଉଇକେଟ ହାସଲ କରିବା ଫଳରେ ଅଷ୍ଟ୍ରେଲିଆକୁ ୧୧୩ ରନରେ ସୀମିତ ରହିବାକୁ ପଡିଛି। ରବିଚନ୍ଦ୍ରନ ଅଶ୍ୱିନୀ ଅବଶିଷ୍ଟ ୩ଟି ଉଇକେଟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହୋଇଛି। ଏବେ ଭାରତ ପାଇଁ ୧୧୫ ରନ ଟାର୍ଗେଟ ରହିଛି। ଏବେ ଭାରତ ଦ୍ଵିତୀୟ ଇନିଂସରେ ୪ ଓଭରରେ ୧ ଉଇକେଟ ହରାଇ ୧୪ ରନ ସଂଗ୍ରହ କରିଛି।

Comments are closed.