www.samajalive.in
Sunday, December 14, 2025
17.1 C
Bhubaneswar

ଜନଜାତି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଜଙ୍ଗଲି ଛତୁ

କେନ୍ଦୁଝରଗଡ଼଼: ବଣପାହାଡଘେରା କେନ୍ଦୁଝର ଜିଲାର ପାରମ୍ପରିକ ବନବାସୀ ବନ୍ୟଜାତ ସାମଗ୍ରୀ ଉପରେ ନିର୍ଭର କରି ବର୍ଷତମାମ୍‌‌ ସେମାନଙ୍କ ଜୀବୀକା ନିର୍ବାହ କରିଥାନ୍ତି। ବିଶେଷକରି ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ, ଯୋଡା ଓ ସଦର ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳା ମାନେ ଗ୍ରୀଷଋତୁରେ ଆମ୍ବ, ପଣସ, ଜାମୁ ସମେତ ଭଳିକିଭଳି ସୁସ୍ୱାଦୁ କୋଳି ଜଙ୍ଗଲରୁ ସଂଗ୍ରହ କରି କେନ୍ଦୁଝର ସହରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିଥାନ୍ତି। ବର୍ଷା ଋତୁରେ ନିକଟସ୍ଥ ଜଙ୍ଗଲରୁ ସକାଳ ବେଳା ବିଭିନ୍ନ କିସମର ଛତୁ ସଂଗ୍ରହ କରି କେନ୍ଦୁଝର ସହର ସମେତ ନିକଟସ୍ଥ ବଜାର ମାନଙ୍କରେ ବିକ୍ରି କରି ବେଶ୍‌‌ ଭଲ ଦି’ପଇସା ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ବାଂଶପାଳ ବ୍ଲକ ସାପକଣ୍ଟା

ଗ୍ରାମର ଆଦିମ ଜନଜାତି ଭୂୟାଁ ସମ୍ପ୍ରଦାୟର ମହିଳା ମାନେ ଗତ କିଛିଦିନ ଧରି ଜଙ୍ଗଲରୁ ପତର ଛତୁ, ମଣ୍ଡା ଛତୁ, ରୁଟୁକା ଛତୁ ସଂଗ୍ରହ କରି କେନ୍ଦୁଝର ସହରର ବିଭିନ୍ନ ସ୍ଥାନ ମାନଙ୍କରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପତର ଛତୁ ଓ ମଣ୍ଡା ଛତୁର ଚାହିଦା କମ୍‌‌ ଥିବାରୁ ଏହା କମ୍‌‌ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ରୁଟୁକା ଛତୁର ଚାହିଦା ବହୁତ ଥିବାରୁ ଏହା କି.ଗ୍ରା. ପ୍ରତି ୪୦୦ରୁ ୬୦୦ଟଙ୍କାରେ ବିକ୍ରି ହେଉଛି। ଏତଦ୍‌‌ବ୍ୟତୀତ ବିହୁଡୁଣୀ ଛତୁ ଓ ବାଲି ଛତୁର ଚାହିଦା ବହୁତ୍‌‌ ଥିବାରୁ ଲହା କି.ଗ୍ରା ପ୍ରତି ୭୦୦ରୁ ୮୦୦ଟ୍‌‌କା କି.ଗ୍ରା. ପ୍ରତି ବିକ୍ରି ହୋଇଥାଏ। ତେବେ ଛତୁ ସଂଗ୍ରହ କରି କେନ୍ଦୁଝର ସହରକୁ ଆସୁଥିବା ଆଦିମ ଜନଜାତିର ଏହି ମହିଳା ମାନେ ଅନେକ ସମୟରେ ବେପାରୀଙ୍କ ହାବୁଡରେ ପଡ଼ି କମ୍‌‌ ମୂଲ୍ୟରେ ସେମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ସଂଗୃହୀତ ସାମଗ୍ରୀର ବଜାର ସୁଯୋଗ ସୃଷ୍ଟି ସହ କିଭଳି ବେପାରୀଙ୍କ ଶୋଷଣର ଶୀକାର ନହେବେ ସେଥିପ୍ରତି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଭୂୟାଁ ସାଂସ୍କୃତିକ ସଙ୍ଗଠନର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ଦାବି କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories