ପାରିବାରିକ କଳହକୁ ନେଇ ବୋମାମାଡ: ସାନପୁଅ ମୃତ, ବାପା ଅଟକ

ବାଣପୁର: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ବାପା ଓ ପୁଅ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି।

ପଲ୍‌ସର୍‌ ବାଇକରେ ଟ୍ରାକ୍ଟର ଚକ ଲଗାଇ ଦ୍ରୁତ ଗତିରେ ଚଲାଇଲେ ବ୍ୟକ୍ତି, ଜୁଗାଡ଼ ଦେଖି ଲୋକେ କାବା

ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅଙ୍କ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅଠାରୁ ବଡ଼ ପୁଅ ଅଲଗା ରହି ଆସୁଥିଲେ। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ ଘଟି ସାନ ପୁଅ କାଳିଆ ରାଉତରାୟ(୪୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସଠ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି। କିନ୍ତୁ ବାପା ଓ ସାନ ପୁଅ ଏକାଠି ରହୁଥିବାବେଳେ ଏହି ବୋମା ମାଡ କିଏ କରିଛି, ସେନେଇ କୌଣସି ଖବର ମିଳିନାହିଁ। ପୁଲିସ ମୃତଦେହ ଜବତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରୁଥିବା ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Comments are closed.