ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ କେବେ କ’ଣ ଭାଇରାଲ ହୋଇଯିବ, ତାହା କେହି କହିପାରିବେ ନାହିଁ। କିଏ କାରକୁ ହେଲିକପ୍ଟର କରିଦେଉଛି, ତ ଆଉ କିଏ ଜୁଗାଡ଼ ଦ୍ଵାରା ଇଟାରୁ କୁଲର ତିଆରି କରିଦେଉଛି। ଏବେ ଠିକ୍ ଏମିତି ଏକ ନୂଆ ଜୁଗାଡ଼୍ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ନିଜ ଆଖିକୁ ବିଶ୍ଵାସ କରିପାରିବେ ନାହିଁ। ଏମିତିରେ ପ୍ରତିଦିନ ଜୁଗାଡ଼ର ନୂଆ ନୂଆ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏବେ ଯେଉଁ ଜୁଗାଡ୍ ଭାଇରାଲ୍ ହୋଇଛି, ତାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଜୁଗାଡ଼ କରିଥିବା ବ୍ୟକ୍ତିଙ୍କ ପ୍ରଶଂସା ମଧ୍ୟ କରିବେ।
ଏକ୍ସରେ @hussain_tarana ନାମକ ଆକାଉଣ୍ଟରୁ ଏକ ବାଇକ୍ ଭିଡିଓ ଶେୟାର କରାଯାଇଛି। ଭିଡିଓ ସହ କ୍ୟାପ୍ସନରେ ଲେଖା ହୋଇଛି, ‘‘ପଲ୍ସର୍ ନୂଆ ମଡେଲ’’। ଭିଡିଓରେ ଆପଣ ଦେଖିପାରିବେ, ଜଣେ ବ୍ୟକ୍ତି ବାଇକ୍କୁ ଦ୍ରୁତ ଗତିରେ ଚଲାଉଛନ୍ତି ଏବଂ ଆପଣ ଦେଖିବା ମାତ୍ରେ ଜାଣିପାରିବେ ଯେ ଏହା କୌଣସି ସାଧାରଣ ବାଇକ୍ ନୁହେଁ, ବରଂ ଏକ ଜବରଦସ୍ତ ଜୁଗାଡ଼। ବାସ୍ତବରେ, ଏହି ବାଇକ୍କୁ କଷ୍ଟୋମାଇଜ୍ କରାଯାଇଛି। ଏହାର ସମ୍ମୁଖ ଭାଗଟି ପଲସର ବାଇକ୍, କିନ୍ତୁ ବାଇକର ପଛ ଭାଗକୁ ହଟାଇ ଦିଆଯାଇଛି ଏବଂ ସେ ସ୍ଥାନରେ ଟ୍ରାକ୍ଟର ଟାୟାର ଲଗାଯାଇଛି।
Pulsar new model…. @hvgoenka pic.twitter.com/rZ1gTwM8B9
— Tarana Hussain (@hussain_tarana) July 10, 2024
୧୫ ସେକେଣ୍ଡର ଏହି ଭିଡିଓରେ ଦୁଇ ଭିନ୍ନ ଆକାରର ଚକ ସହ ବାଇକ୍ ଦ୍ରୁତ ଗତିରେ ଚଲାଇବା ଦେଖି ଲୋକେ କାବା ହୋଇଯାଇଛନ୍ତି ଏବଂ ଚାଳକ ତଥା ଜୁଗାଡ଼ ପ୍ରସ୍ତୁତକାରୀଙ୍କ ପ୍ରଶଂସା କରିଛନ୍ତି। ତେବେ ଏଭଳି କାର୍ଯ୍ୟ ବେଳେବେଳେ ଅସୁବିଧାରେ ମଧ୍ୟ ପକାଇଥାଏ। ଏହି ଷ୍ଟଣ୍ଟ କରିବା ବେଳେ ବ୍ୟକ୍ତି ଜଣକ ହେଲମେଟ ମଧ୍ୟ ପିନ୍ଧି ନାହାନ୍ତି। ହଜାର ହଜାର ଲୋକ ଏହି ଭିଡିଓ ଦେଖିଥିବାବେଳେ ଅନେକ ଲୋକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି।



