www.samajalive.in
Friday, December 5, 2025
23.1 C
Bhubaneswar

ରଥ ଉପରେ ମୋବାଇଲ ବ୍ୟବହାର କରିପାରିବେନି ସେବାୟତ: ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଏଣିକି ରଥରେ ମୋବାଇଲ ଫୋନ ବ୍ୟବହାର କରିପାରିବେନି ସେବାୟତ। ଠାକୁରଙ୍କ ଆଗରେ ଛିଡ଼ା ହୋଇ ଫଟୋ ବି ଉଠାଇପାରିବେ ନାହିଁ। ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ଡ. ଅରବିନ୍ଦ ପାଢ଼ୀ ଦାୟିତ୍ଵ ନେବା ପରେ ଏହା କହିଛନ୍ତି। ଏ ବିଷୟରେ ସେବାୟତମାନଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକରେ ଥରେ ଚତୁର୍ଦ୍ଧାମୂର୍ତ୍ତି ରଥଯାତ୍ରାରେ ବାହାରିଥାଆନ୍ତି। ସେଥିପାଇଁ ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀକୁ ଧାଇଁ ଆସନ୍ତି। ରଥରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇପଡ଼ନ୍ତି। ହେଲେ କିଛି ସେବାୟତ ରଥରେ ଠାକୁରଙ୍କ ଆଗରେ ଛିଡ଼ା ହୋଇ ରହିବା ସହିତ ଠାକୁରଙ୍କ ଦର୍ଶନରେ ବାଧକ ସାଜନ୍ତି। ଏହା ସହିତ ଠାକୁରଙ୍କ ଆଗରେ ଛିଡ଼ା ହୋଇ ମୋବାଇଲ ଫୋନରେ ଫଟୋ ଉଠାନ୍ତି, ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ। ପ୍ରତି ରଥଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଚଳିତ ଥର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଭକ୍ତମାନେ ରଥରେ ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ହୋଇଥିଲା।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories