୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ, ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର: ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ। ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ଯୋଗାଣ ଅଧିକାରୀ ଜି.ପ୍ରଭାକର ତାଙ୍କ ସରକାରୀ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଜଣେ ରାଇସ୍ ମିଲର୍ସଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିବା ପରେ ତାଙ୍କର ଏକାଧିକ ଠିକଣାରେ ଭିଜିଲାନ୍ସ ଚଢାଉ କରିଥିଲା।

Comments are closed.