www.samajalive.in
Friday, December 12, 2025
16.1 C
Bhubaneswar

ରଥଯାତ୍ରା ଉପଲକ୍ଷେ ବଡଦାଣ୍ଡରେ ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: କେନ୍ଦୁଝରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରତି ସନ୍ଧ୍ୟାରେ ବଡଦାଣ୍ଡର ୩ଟି ମଞ୍ଚରେ ପାରମ୍ପରିକ ତଥା ଭକ୍ତି ରସାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଭଜନ ମଣ୍ଡପରେ ସତ୍ୟବୈକୁଣ୍ଠ ଫାଉଣ୍ଡେସନ ପକ୍ଷରୁ ଲବ୍ଧ୍‌‌ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀମାନଙ୍କୁ ନେଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଫାଉଣ୍ଡେସନର ସଂଗ୍ରାମ ଦାସ ଓ ମୋହିତ ଦାସ ପରିଚାଳନା କରିଥିଲେ। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ, ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗ, ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ବରିଷ୍ଠ ଉଦଘୋଷକ ମନୋଜ ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଶବାଣୀ କେନ୍ଦୁଝରର ସମୟଶ୍ରୀ ଚାଟାର୍ଜୀ ଭଜନ ସମାରୋହକୁ ଉପସ୍ଥାପନ କରିଥିଲେ। କଣ୍ଡଶିଳ୍ପୀ ଶୁଭଲକ୍ଷ୍ମୀ ଦାଶ, ସମୟଶ୍ରୀ ଚାଟାର୍ଜୀ, ଅମିତ କୁମାର, ପ୍ରଦୀପ ଜେନା, ହେମନ୍ତ କୁମାର, ଈଶ୍ୱରୀ ସାହୁ, ମାନସ ପଲେଇ, ବିନୋଦ ମହାନ୍ତି, ଶୁଭାଶିଷ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିଥିବାବେଳେ ଘୁଙ୍ଗୁରୁ ମଞ୍ଚରେ ପ୍ରଥମେ ଉପାସନା ଡ୍ୟାନ୍ସ ଏକାଡେମୀ, ପ୍ରଗତି କ୍ଲବ ଓ ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପ୍ରାୟୋଜିତ ସମ୍ବଲପୁରୀ ସରସ୍ୱତୀ କଳାକେନ୍ଦ୍ରର କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହପରି ଇଲେଭେନ ବୁଲେଟ କ୍ଲବ ମଞ୍ଚରେ ଅନନ୍ତ ଗୋପାଳ କଲଚରାଲ କ୍ଲବ, ନିକି ଡ୍ୟାନ୍ସ ଗ୍ରୁପ ଓ ଶେଷରେ ସ୍ୱର୍ଗତଃ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ପ୍ରତିଷ୍ଠିତ ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ କଣ୍ଢେଇ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ଜିଲା ସ୍ପଳ୍ପ ସଞ୍ଚୟ ଅଧିକାରୀ ଦୈତାରୀ ନାଏକ, ସାଂସ୍କୃତିକ କମିଟି ସଦସ୍ୟ ମନୋଜ ମିଶ୍ର, ଦେବାଶିଷ ମିଶ୍ର, ସଂଗ୍ରାମ ଦାସ, ସନ୍ତୋଷ ଦାସ, ନିର୍ମଳ ଚନ୍ଦ୍ର ନାୟକ, ଜିତେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ଚାଟାର୍ଜୀ, ହୃଦାନନ୍ଦ ମହାଣା, ପ୍ରଶାନ୍ତ କୁମାର ସାହୁ, ବିଭାଗୀୟ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories